ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପ୍ରଶାସନର ମିଳିତ ଜନଶୁଣାଣି

Advertisment
ଖୋର୍ଦ୍ଧା ବ୍ଲକରେ ଜିଲ୍ଲାପ୍ରଶାସନର ମିଳିତ ଜନଶୁଣାଣି

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ପ୍ରକୋଷ୍ଠରେ ମୋଟ ୯୮ଟି ଆବେଦନ ଓ ଅଭିଯୋଗ ଦାଖଲ ହୋଇଥିଲା । ଏହା ମଧ୍ୟରୁ ୯୨ଟି ବ୍ୟକ୍ତିଗତ ହୋଇଥିବା ବେଳେ ୬ଟି ସାମୂହିକ ସମସ୍ୟା ଅଟେ । ଏହାମଧ୍ୟରୁ ୮ଟି ଆବେଦନ ଓ ଅଭିଯୋଗର ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରି ତତ୍‌କ୍ଷଣାତ ସମାଧାନ କରାଯାଇଥିଲା  । ସ୍ୱାସ୍ଥ୍ୟ ଆଦି ସମ୍ପର୍କିତ ସହାୟତା ନିମନ୍ତେ ୨ଟି ଆବେଦନର ବିଚାରକୁ ନିଆଯାଇ ୬ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ।

ଏହି ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳ ଭି ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଆଇ ଶିବାଜୀ ଗୌରବ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ, ସ୍ଥାନୀୟ ତହସିଲଦାର, ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe