A kilogram of mushroom is priced at 16 hundred rupees in Nuapada market Photograph: (sambad.in)
ନୂଆପଡ଼ା: ମୌସୁମୀ ବର୍ଷା ଆରମ୍ଭ ହେବା ଫଳରେ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟିଥିବା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲାରେ ଛତୁର ଚାହିଦା ଅଧିକ ଥିବା ବେଳେ ବଜାରରେ ଏହାର ଦାମ କିଲୋଗ୍ରାମ୍ ପିଛା ୧୬ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।
ରବିବାର ଦିନ ନୂଆପଡ଼ା ସାପ୍ତାହିକ ବଜାରରେ ଛତୁ ପ୍ରଥମ କରି ଆସିଥିବା ବେଳେ ବେପାରୀମାନେ ଏହାର ୨୫୦ ଗ୍ରାମକୁ ୪୦୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।
ଆଦିବାସୀମାନଙ୍କ ଠାରୁ ସ୍ଥାନୀୟ ବେପାରୀମାନେ ଶସ୍ତାରେ ଛତୁ କିଣି ବଜାରରେ ବଢ଼ା ଦରରେ ବିକ୍ରି କରୁଛନ୍ତି।
Nuapada
Follow Us