କାଶୀପୁରରେ ଆଦିବାସୀଙ୍କ ବିଶାଳ ସମାବେଶ: ସିଜିମାଳି ଖଣି ଖନନକୁ ଖୋଲା ସମର୍ଥନ

Advertisment
କାଶୀପୁରରେ ଆଦିବାସୀଙ୍କ ବିଶାଳ ସମାବେଶ: ସିଜିମାଳି ଖଣି ଖନନକୁ ଖୋଲା ସମର୍ଥନ

ରାୟଗଡ଼ା: ରାୟଗଡ଼‌ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ସିଜିମାଳି ଖଣିରୁ ବକ୍ସାଇଟ ଖନନ ନିମନ୍ତେ ଆସନ୍ତା ୧୬ରେ ଜନଶୁଣାଣି ହେବ। ଏହା ପୂର୍ବରୁ ଅଞ୍ଚଳବାସୀ ଖଣି ଖନନ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି କାଶୀପୁରରେ ହଜାରହଜାର ଆଦିବାସୀ ବିଶାଳି ରାଲି କରି ଖଣି ଖନନ ସପକ୍ଷରେ ସ୍ଲୋଗାନ ଦେଇଛନ୍ତି। ଏ ନେଇ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ପ୍ରଦାନ କରିଛନ୍ତି।

ବାହାର ଲୋକ କାଶୀପୁରରେ ପଶି ସରଳ ଆଦିବାସୀଙ୍କୁ ଖଣି ଖନନ ଏବଂ ଅଞ୍ଚଳର ବିକାଶ ବିରୋଧରେ ଉସୁକାଉଛନ୍ତି। ସେମାନେ କେବେ ମଧ୍ୟ ଅଞ୍ଚଳବାସୀଙ୍କ ବିକାଶ ଚାହୁନାହାନ୍ତି। କମ୍ପାନି ନିକଟରୁ ନିଜ ସ୍ବାର୍ଥ ହାସଲ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ କଂପାନି ବିରୋଧୀ କରାଉଛନ୍ତି। ସେମାନଙ୍କ ସ୍ବାର୍ଥ ସାଧନ ହୋଇଗଲେ ପରବର୍ତ୍ତୀ ସମୟରେ ଚୁପ୍‌ ହୋଇଯାଉଛନ୍ତି। ତଥାକଥିତ ସାମାଜିକ କର୍ମୀ ଭୁବନେଶ୍ବର, କୋଲକାତା, ଦିଲ୍ଲୀ, ମୁମ୍ବାଇ ଓ ଲଣ୍ଡନ ଭଳି ବଡ଼ ସହରରୁ ଆସି ଖଣି ଖନନ ହେଲେ ଏହି ଅଞ୍ଚଳ ମରୁଭୂମି ପାଲଟିବ। ତେଣୁ କଂପାନି ଗାଡ଼ିରେ ନିଆଁ ଲଗାଇବାକୁ ଲୋକଙ୍କୁ ମତାଉଛନ୍ତି। ଆଇନ ହାତକୁ ନେଲେ ସରକାର କିଛି କରିପାରିବେ ନାହିଁ ବୋଲି ମଧ୍ୟ କହୁଛନ୍ତି।

ଆମର ଭଲ ଚାହୁଥିବା ନେଇ କହୁଥିବା ସେହି ସାମାଜିକ କର୍ମୀ କିନ୍ତୁ କାଶୀପୁରରେ ଝାଡ଼ାବାନ୍ତି, ହଇଜା ଏବଂ କରୋନା ବ୍ୟାପିବା ସମୟରେ ଆମ ଅଞ୍ଚଳକୁ ଆସୁନାହାନ୍ତି। ଆମ ଦୁଃଖ ସମୟରେ ବି ଆମ ସହ ରହୁନାହାନ୍ତି। ସେହିପରି ଆମ ଅଞ୍ଚଳରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସହ ଅନ୍ୟାନ୍ୟ ମୌଳିକ ସମସ୍ୟା ରହିଛି। ତେଣୁ କମ୍ପାନି ହେଲେ ଅଞ୍ଚଳର ବିକାଶ ହେବ। ସିଜିମାଳି ଖଣି ଅଞ୍ଚଳର ପ୍ରଭାବିତ ଗ୍ରାମବାସୀ କାରଖାନା ସ୍ଥାପନକୁ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି। ଏଥିପାଇଁ କାଶୀପୁର ଏବଂ ଥୁଆମୂଳ ରାମପୁର ଅଞ୍ଚଳର ହଜାର ହଜାର ମହିଳା ଏବଂ ପୁରୁଷ କଂପାନି ସହ ରହିଥିବା ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ ହୋଇଛି। ଖଣି ଖନନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ସେମାନେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe