Advertisment

ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମହାକୁମ୍ଭ: ଦିନରେ ବି ଗଣଅଣ୍ଡାଦାନ, ୪ ଦିନରେ ୫ ଲକ୍ଷ ଛୁଇଁଲା, ବିରଳ ରେକର୍ଡ ଆଶା

Advertisment

ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ଗଣଅଣ୍ଡାଦାନ ପ୍ରକ୍ରିୟାରେ ପ୍ରତିଦିନ ଲକ୍ଷାଧିକ କଇଁଛ ବାଲୁକାଶଯ୍ୟାରେ ପହଞ୍ଚୁଛନ୍ତି।

ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ଗଣଅଣ୍ଡାଦାନ ପ୍ରକ୍ରିୟାରେ ପ୍ରତିଦିନ ଲକ୍ଷାଧିକ କଇଁଛ ବାଲୁକାଶଯ୍ୟାରେ ପହଞ୍ଚୁଛନ୍ତି।

hfhfhf

ବ୍ରହ୍ମପୁର: ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମାଗମ ହୋଇଛି। ଗଣଅଣ୍ଡାଦାନ ପ୍ରକ୍ରିୟାରେ ପ୍ରତିଦିନ ଲକ୍ଷାଧିକ କଇଁଛ ବାଲୁକାଶଯ୍ୟାରେ ପହଞ୍ଚୁଛନ୍ତି। ମାତ୍ର ଚାରି ଦିନରେ ଏହି ସଂଖ୍ୟା ୫ଲକ୍ଷ ଛୁଇଁଲାଣି। ଚଳିତବର୍ଷ ମାତ୍ର ୪ଦିନ ମଧ୍ୟରେ ଋଷିକୁଲ୍ୟା ମୁହାଣରେ ଏତେ ସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ସମାବେଶ କଇଁଛ ମହାକୁମ୍ଭର ଭ୍ରମ ସୃଷ୍ଟି କରିଛି। ଗଣଅଣ୍ଡାଦାନ ପ୍ରକ୍ରିୟା ଆହୁରି ୩/୪ ଦିନ ଚାଲିବ। ଏଣୁ ଚଳିତବର୍ଷ ଋଷିକୁଲ୍ୟା ମୁହାଣ ଗଣଅଣ୍ଡାଦାନ କ୍ଷେତ୍ରରେ ଏକ ବିରଳ ରେକର୍ଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। 

କିନ୍ତୁ ଆସନ୍ତା କିଛି ଘଣ୍ଟା ଭିତରେ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ଓ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିନ୍ତା ବଢ଼ିଛି। ଦକ୍ଷିଣଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲାରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମରେ ଅଧିକ ପରିମାଣର ବର୍ଷା ହେଲେ ବେଳାଭୂମି ଓଦା ହୋଇ ଶକ୍ତ ହୋଇଯିବ। ଫଳରେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ବଢ଼ିଛି। ତଥାପି ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଭୟ ନଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ପାଗ ଅନୁକୂଳ ରହିଥିବାବେଳେ ଠିକ୍‌ ସମୟରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୬ ତାରିଖ ଭୋର୍‌ରୁ କଇଁଛମାନେ ପୋଡ଼ମ୍‌ପେଟାରେ ସୃଷ୍ଟି ହୋଇଥିବା ଡାଇନାମିକ୍‌ ବିଚ୍‌ (ପରିବର୍ତ୍ତନଶୀଳ ବେଳାଭୂମି)ରେ ଗଣଅଣ୍ଡାଦାନ ଆରମ୍ଭ କରିଥିଲେ। ପ୍ରଥମ ଦିନରେ ପ୍ରାୟ ୧୧ହଜାର କଇଁଛ ଅଣ୍ଡା ଦେଇଥିଲେ। ଏହା ପରେ ଧୀରେ ଧୀରେ କଇଁଛଙ୍କ ସଂଖ୍ୟା ବଢ଼ିଥିଲା। ଫଳରେ ଗୋଖରକୁଦାଠାରୁ ବଟେଶ୍ବର ପର୍ଯ୍ୟନ୍ତ ରହିଥିବା ବେଳାଭୂମିରେ କଇଁଛ ଭର୍ତ୍ତି ହୋଇଯାଇଥିଲେ। ବର୍ତ୍ତମାନ କଇଁଛଙ୍କ ସଂଖ୍ୟା ଏତେ ପରିମାଣର ରହିଛି ଯେ ସେମାନଙ୍କୁ ଜାଗା ମିଳୁନାହିଁ। କଇଁଛମାନେ ପାଖକୁ ଲାଗି ରହି ଗାତ ଖୋଳି ବସା ତିଆରି କରୁଛନ୍ତି। ଅଣ୍ଡା ଦେଇସାରି ଗାତକୁ ବାଲିରେ ଘୋଡ଼ାଇ ସମୁଦ୍ରମୁହାଁ ହେଉଛନ୍ତି। ସେହି ବିରଳ ଦୃଶ୍ୟ ଏକ ନିଆରା ଅନୁଭୂତି ପ୍ରଦାନ କରୁଛି। 

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏବର୍ଷ ଅଲିଭ୍‌ ରିଡ୍‌ଲେ ଦିନ ସମୟରେ ଅଣ୍ଡାଦାନ କରୁଛନ୍ତି। ଏହି ପ୍ରକ୍ରିୟା ଦିନସାରା ଚାଲୁଛି। ଗତ ୨୦୨୨-୨୩ରେ ମଧ୍ୟ ଦିନରେ ଗଣଅଣ୍ଡାଦାନ ହୋଇଥିବା ବେଳେ ସେହିବର୍ଷ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା। କିନ୍ତୁ ବିଗତ ବର୍ଷଗୁଡ଼ିକରେ ବିଳମ୍ବିତ ରାତି‌ ଓ ଭୋର୍‌ ସମୟରେ ଅଣ୍ଡାଦାନ ହୋଇଥିଲା। ଚଳିତବର୍ଷ ଦିନରେ ଅଣ୍ଡାଦାନ ଚାଲିଥିବାରୁ ପୁରୁଣା ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି। ଗତକାଲି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧ଲକ୍ଷ ୮୫ ହଜାର କଇଁଛ ଅଣ୍ଡାଦାନ କରିଥିଲେ। ମୋଟ ସଂଖ୍ୟା ୪ଲକ୍ଷ ଡେଇଁ ସାରିଥିବା ବେଳେ ଆଜି ରାତି ସୁଦ୍ଧା ୫ଲକ୍ଷ ଡେଇଁବ ବୋଲି ଅନୁମାନ କରାଯାଉଛି। ପ୍ରକାଶଥାଉକି, ୨୦୨୩-୨୪ରେ ପ୍ରାୟ ୧୫ଶହ ଅଲିଭ୍‌ ରିଡ୍‌ଲେ ସ୍ପୋରାଡିକ୍‌ ନେଷ୍ଟିଂ (ବିକ୍ଷିପ୍ତ ଅଣ୍ଡାଦାନ) କରିଥିଲେ। କିନ୍ତୁ ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେହିପରି ୨୦୨୧-୨୨ରେ ପ୍ରାୟ ସାଢ଼େ ୫ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ। ଚଳିତବର୍ଷ ପାଗ ଭଲ ରହିଥିବାରୁ ୨୦୨୩-୨୪ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe