ମନମୁଣ୍ଡା : ବୌଦ୍ଧ ଜିଲ୍ଲା ସୁଣ୍ଡିପଦର ପଞ୍ଚାୟତ ବାର୍ଡୋଳ ଗ୍ରାମ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ଗତ ଅକ୍ଟୋବର ମାସରୁ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ଆସି ବାସ କରୁଛନ୍ତି। ଗତ ୫ବର୍ଷ ହେଲା ଏମାନେ ଏହି ଅକ୍ଟୋବର ମାସରେ ଆସିଥାନ୍ତି। ପୁଣି ମାର୍ଚ୍ଚ ମାସରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ନିଜନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ଏହି ସମୟରେ କେତେକ ଶିକାରୀ ଆସି ପକ୍ଷୀ ଶିକାର କରିବାରେ ଲାଗିଛନ୍ତି।
ଗତ ୨୦୧୮ ମସିହାରେ ବାର୍ଡୋଳ ଗ୍ରାମବାସୀ ୨ଜଣ ଶିକାରୀଙ୍କ ଠାରୁ ପ୍ରାୟ ୮ଟି ଗେଣ୍ଡାଳିଆ ପକ୍ଷୀ ଜବତ କରିଥିଲେ। ବିଗତ ୨ବର୍ଷ ହେଲା ଶିକାରୀମାନେ ପକ୍ଷୀ ଶିକାର ବନ୍ଦ କରିଦେଇଥିଲେ। କିନ୍ତୁ ଚଳିତ ବର୍ଷର ଗତ କିଛିଦିନ ହେଲା ବିଳମ୍ବିତ ରାତିରେ ଶିକାରୀମାନେ ଗେଣ୍ଡାଳିଆଙ୍କୁ ଶିକାର ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ବନ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ମନମୁଣ୍ଡା ଫରେଷ୍ଟ ରେଞ୍ଜର ନାରାୟଣ ସ୍ବାଇଁଙ୍କୁ ପଚାରିବାରୁ, ଶନିବାର ଉକ୍ତ ଅଞ୍ଚଳକୁ କର୍ମଚାରୀଙ୍କ ପଠାଇ ସ୍ଥିତି ଅନୁଧ୍ୟାନ କରିବୁ। ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Follow Us