Sambad English
ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯ ଦିନ ବିତିଯାଇଥିଲେ ବି କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ହତ୍ୟାକାରୀର ଉଦ୍ଦେଶ୍ୟ କି ଏହା ପଛର ଷଡଯନ୍ତ୍ର ନେଇ କିଛି ପର୍ଦ୍ଦାଫାସ କରିପାରୁନି। ଯେଉଁଥିପାଇଁ ଏବେ ଶାସକ ଦଳ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ଆଜି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି ଯେ ନବଙ୍କୁ ପ୍ରି-ପ୍ଲାନ୍ କରି ହତ୍ୟା କରାଯାଇଛି। ଏହି ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଅଛି। ହେଲେ ସେ ନେତାଙ୍କ ନାଁ କହିବେନି। ଏବେ ପୂରା ରାଜ୍ୟ ଜାଣିଛି ବିଜେଡିରେ କେଉଁ ଉପକୂଳିଆ ନେତାଙ୍କ ପ୍ରଭାବ ଅଧିକ। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ନବ ଦାସଙ୍କୁ ମାରିବାକୁ ପୂର୍ବରୁ ଷଡ଼ଯନ୍ତ୍ର କରାଯାଇଥିଲା। ସେ ନିଜ ଅଞ୍ଚଳରେ ନିଜ ବ୍ୟବସାୟର ସାମ୍ରାଜ୍ୟ ଯେପରି ବଢ଼ାଇଥିଲେ ତାହାକୁ ଶେଷ କରିବାକୁ ନବଙ୍କୁ ରାସ୍ତାରୁ ସଫା କରିଦିଆଗଲା। ନିଜ ଦଳର ନେତା ହିଁ ମନ୍ତ୍ରୀଙ୍କୁ ମାରିଛନ୍ତି।
ସୁବାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ମନ୍ତ୍ରୀଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ। ସମୟ କହିବ ମନ୍ତ୍ରୀଙ୍କ ହତ୍ୟା ଗୁମର କେବେ ଖୋଲିବ।
Follow Us