ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିର ତାଲିକା ମଗାଗଲା: ସବୁ ବିଭାଗକୁ ଚିଠି କଲେ ଉନ୍ନୟନ କମିସନର୍, ଦୁଇ ଦିନ ସମୟ ଦିଆଗଲା

Advertisment
ଝାରସୁଗୁଡ଼ା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ, ୬ମନ୍ତ୍ରୀ ପ୍ରଚାର ମଙ୍ଗ ଧରିବେ

oneindia tamil

ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ବିଭିନ୍ନ ଜାଗାରେ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ। କିଛି ଜାଗାରେ ନୂଆ ପ୍ରକଳ୍ପ ସମ୍ପର୍କରେ ଘୋଷଣା ବି କରିଥିଲେ। ଏବେ ସେବୁକୁ ଏକାଠି କରୁଛି ଯୋଜନା ଓ ସଂଯୋଜନ ବିଭାଗ। ତାଲିକା ମିଳିଲା ପରେ ମୁଖ୍ୟମନ୍ତ୍ରୀଙ୍କ ହାତରେ କରାଯାଇଥିବା ଶିଳାନ୍ୟାସ ଓ ଘୋଷଣା ହୋଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ‌ଯୋଜନାବଦ୍ଧ ପଦକ୍ଷେପ ନିଆଯିବ। ଗତ ୩ ତାରିଖରେ ଏ ନେଇ ଉନ୍ନୟନ କମିସନର୍‌ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଓ ନୂଆ ପ୍ରକଳ୍ପ ପାଇଁ କରିଥିବା ଘୋଷଣାର ବର୍ତ୍ତମାନ ସ୍ଥିତି କ’ଣ ତାହାର ଏକ ତାଲିକା ସବୁ ବିଭାଗ ପ୍ରସ୍ତୁତ କରିବେ। ଏଥି ପାଇଁ ଏକ ସ୍ବତନ୍ତ୍ର ଫର୍ମାଟ୍‌ ବି ଦିଆଯାଇଛି। କେଉଁ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଓ କାମ ଶେଷ ହେବାର ତାରିଖ କେବେ ରଖାଯାଇଥିଲା, ତାହା ସେଥିରେ ଲେଖାଯିବ। ନିର୍ଦ୍ଧାରିତ ତାରିଖ ଭିତରେ ଯଦି କାମ ‌ଶେଷ ହୋଇ ନାହିଁ, ତାହାର କାରଣ ବି ଉଲ୍ଲେଖ ରହିବ। ଏହି ତାଲିକା ସବୁ ଦେବା ପାଇଁ ବିଭାଗଗୁଡ଼ିକୁ ଦୁଇ ଦିନ ସମୟ ଦିଆଯାଇଛି। ୫ ତାରିଖ ସୁଦ୍ଧା ମେଲ୍‌ ଯୋଗେ ପଠାଇବା ପାଇଁ କୁହାଯାଇଛି। ଉନ୍ନୟନ କମିସନର୍‌ଙ୍କ ଚିଠି ପାଇଲା ପରେ ସବୁ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ବିଭାଗଗୁଡ଼ିକ ତାଙ୍କ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ତାଲିକା ମାଗିଛନ୍ତି।

ଏହି ତାଲିକାକୁ ନେଇ ଯୋଜନା ଓ ସଂଯୋଜନ ବିଭାଗ କ’ଣ କରିବ, ସେ ସମ୍ପର୍କରେ ଚିଠିରେ କିଛି ଉଲ୍ଲେଖ କରାଯାଇ ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରୁଥିଲେ ବି ତାହାର କାର୍ଯ୍ୟାନ୍ବୟନରେ ବହୁ ବିଳମ୍ବ ହୋଇଛି। ନିର୍ଦ୍ଧାରିତ ତାରିଖରେ କାମ ସରୁ ନଥିବାରୁ ସରକାର ଅପଦସ୍ଥ ବି ହେଉଛନ୍ତି। ଭୁବନେଶ୍ବର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏମିତି କିଛି ପ୍ରକଳ୍ପ ଅଧାରେ ଲଟକିଛି। ସେହିପରି ମୁଖ୍ୟମନ୍ତ୍ରୀ ଘୋଷଣା କଲା ପରେ ମଧ୍ୟ କିଛି ବିଭାଗର ଅବହେଳାରୁ କାମ ଆଗେଇପାରୁନି। ଏହାକୁ ନଜରରେ ରଖି ତାଲିକା ପ୍ରସ୍ତୁତ କରାଯାଇ ତାହା ଉପରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଆ‌ଉ ବର୍ଷକ ପରେ ସାଧାରଣ ନିର୍ବାଚନ ଥିବାରୁ ସରକାର ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe