ବରଗଡ଼ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବରଗଡ଼ରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

nationalgeographic.com

ବରଗଡ଼: ବରଗଡ଼ ଜିଲ୍ଲାରୁ ଆଜି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ବେଳେ ଏହାକୁ ବିକ୍ରି କରୁଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବରଗଡ଼ ବନବିଭାଗ ଘେଁସ୍ ଅଞ୍ଚଳରେ ଚଢ଼ାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିଛନ୍ତି।

ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଜଣକ ହେଲା ଜାମପାଲି ଗାଆଁର ମୁକୁନ୍ଦ ବରିହା।  ସେ କେଉଁ ସ୍ଥାନକୁ ବଜ୍ରକାପ୍ତା ଚାଲାଣ କରୁଥିଲା ତାହା ତଦନ୍ତ ପରିସରରେ ରହିଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନଜିର୍ ରହିଛି। ସମ୍ଭବତଃ ବଜ୍ରକାପ୍ତାକୁ ଛତିଶଗଡ଼ ଚାଲାଣ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି। ଏହି ଘଟଣା ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe