ପୋଖରୀରେ ବୁଡ଼ି ଜଣେ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ବାମରା: ରବିବାର ସନ୍ଧ୍ୟାରେ ବାମରା ବ୍ଲକ କିନାବଗା ପଞ୍ଚାୟତ ଡଙ୍ଗାଯୋର ଗ୍ରାମର ସରଜୁ ବାଘ (୫୨)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସରଜୁ ସନ୍ଧ୍ୟାରେ ନିକଟସ୍ଥ ଗାଁରୁ ଗାଈ ଚରାଇ ଘରକୁ ଫେରିବା ପରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ମାତ୍ର ଅନ୍ଧାର ହେବା ସତ୍ତ୍ବେ ସେ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିବା ପରେ ବନ୍ଧରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ଗଡ଼ପୋଷ ଡାକ୍ତରଖାନାକୁ ନେଇଥିଲେ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଡ଼ପୋଷ ଫାଣ୍ଡି ଏଏସ୍‌ଆଇ ମନୋଜ ନାୟକ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ମୃତ ସରଜୁଙ୍କ ୪ଟି ସନ୍ତାନ ଥିବା ବେଳେ ସେ ଅତ୍ୟନ୍ତ ଗରିବ ଥିଲେ। ତେଣୁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଗାଁ ଶ୍ମଶାନରେ ସରଜୁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe