ପାଣିରେ ବୁଡ଼ି ଜଣେ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ପୁରୀ: ପୁରୀ ବ୍ରହ୍ମଗିରି ମୁଖ୍ୟ ରାସ୍ତା କଡ଼ରେ ଥିବା ନଈରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ସଦର ଥାନା ପୁଲିସ ମୃତଦେହ ଜବତ କରି ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ କଅଁରପୁରର ପ୍ରସନ୍ନ ପଣ୍ଡା ପୁରୀ ସଦର ଥାନା ଅନ୍ତର୍ଗତ ଗିରଳ ନିକଟ ଆଳିପଡ଼ାରେ ରହି ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ସେ ଗାଈ ଚରାଇବାକୁ ଯାଇ ଫେରିବା ସମୟରେ ନଈକୁ ଗାଧେଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ବାତ ମାରିବାରୁ ସେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଏନେଇ ପ୍ରସନ୍ନଙ୍କ ପତ୍ନୀ ରଶ୍ମିତା ପଣ୍ଡା ସଦର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe