ବିଇଓ ଅଫିସ ଟଙ୍କା ହଡ଼ପ ଘଟଣା: ଭିଜିଲାନ୍ସ ପକ୍ଷରୁ ଶୁଚିସ୍ମିତାଙ୍କୁ ମାରାଥନ ଜେରା

Advertisment
ବିଇଓ ଅଫିସ ଟଙ୍କା ହଡ଼ପ ଘଟଣା: ଭିଜିଲାନ୍ସ ପକ୍ଷରୁ ଶୁଚିସ୍ମିତାଙ୍କୁ ମାରାଥନ ଜେରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ବିଭାଗ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି। ଗୁରୁବାର ଭିଜିଲାନ୍ସ ବିଭାଗ ରିମାଣ୍ଡରେ ଆଣି ଶୁଚିସ୍ମିତାଙ୍କୁ ପୂର୍ବ ବିଇଓ ଜଗନ୍ନାଥ ପୁରୋହିତ ଓ ବର୍ତ୍ତମାନର ଏବିଇଓ ଜୟ କୁମାର ମାଝୀଙ୍କ ସମ୍ମୁଖରେ ଜେରା କରିଥିଲା।

ଏହି ଘଟଣାରେ ଉଭୟଙ୍କ ସଂପୃକ୍ତି ଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଥିବା ବେଳେ ଅଧିକ ପ୍ରମାଣ ପାଇଁ ତଦନ୍ତ ଜାରି ରଖିଛି। ଶୁଚିସ୍ମିତା ଭବାନୀପାଟଣା ବିଇଓ ଅଫିସ ଆକ୍ସିସ ବ୍ୟାଙ୍କର ୩ଟି ଆକାଉଣ୍ଟରୁ ପ୍ରାୟ ୨ କୋଟି ୫୬ଲକ୍ଷ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସ୍ୱୀକାର କରିଛନ୍ତି। ସେହିଭଳି ଅଫିସ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ଜେରା ବେଳେ ଜଣାପଡ଼ିଛି। ଏହି ଟଙ୍କାରେ ପ୍ରାୟ ୧୫ ଲକ୍ଷରୁ ଅଧିକ ସୁନା ଗହଣା କିଣିଛି। ହଡ଼ପ ଟଙ୍କାରେ ହିଲ ଟାଉନରେ ଜାଗା କିଣିବା ସହ ଜଳସେଚନ କଲୋନିରେ ଘର ମଧ୍ୟ ନିର୍ମାଣ କରିଛି। ଶୁଚିସ୍ମିତାଙ୍କୁ ଫେରାର ହେବା ପାଇଁ ଶିକ୍ଷକ ପୂର୍ଣ୍ଣଶଶୀ ମହାନ୍ତି ସହଯୋଗ କରିଥିବା ସେ ସୂଚନା ଦେଇଛନ୍ତି।

ଭିଜିଲାନ୍ସ ପକ୍ଷରୁ ଜଳସେଚନ କଲୋନି ଘର ପୂର୍ବରୁ ସିଲ କରାଯାଇଥିବା ବେଳେ ଶୁଚିସ୍ମିତାଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା। ଭିଜିଲାନ୍ସ ବିଭାଗ ଘରୁ ବ୍ୟାଙ୍କ ପାସବୁକ, ରେଜିଷ୍ଟ୍ରର ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଆଜି ଅପରାହ୍ନରେ ଭିଜିଲାନ୍ସ ବିଭାଗ ଶୁଚିସ୍ମିତାଙ୍କୁ କୋର୍ଟରେ ହାଜର କରିବା ସହ ଜେଲକୁ ନେଇ ଛାଡ଼ିଥିଲା। ଆଗକୁ ଭିଜିଲାନ୍ସ ବିଭାଗର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe