ପୁଲିସ ବିଭାଗରେ ବଡ ଧରଣର ଅଦଳ ବଦଳ

Advertisment
ପୁଲିସ ବିଭାଗରେ ବଡ ଧରଣର ଅଦଳ ବଦଳ

Prameyanews.com

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ତରଫରୁ ପୁଲିସ ବିଭାଗରେ ଶନିବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ୧୨୪ ଡିଏସପି ଓ ଏସଡିପିଓଙ୍କ ବଦଳି କରାଯାଇଛି। ଆଇନଶୃଙ୍ଖଳା ସହିତ ବିଭିନ୍ନ କାରଣକୁ ନେଇ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ବିଭାଗରେ ଏଭଳି ପଦକ୍ଷେପ ନିଆଯାଇଛି। ଭଦ୍ରକ ଏସଡିପିଓ ଅନଶୁମନ ଦ୍ବିବେଦୀଙ୍କ ବି ବଦଳି ହୋଇଛି। ଗଂଜେଇ କାରବାର ଉପରେ ଚଢ଼ଉ ବେଳେ ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିଲା।

ଏ ସଂକ୍ରାନ୍ତରେ ବିରୋଧୀମାନେ ବିଧାନସଭାରେ ହଙ୍ଗମା କରିଥିଲେ। ପରେ ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି। ଅନଶୁମନଙ୍କ ସହ ବିଭିନ୍ନ ଜିଲ୍ଲାରେ ଥିବା ୫୬ ଡିଏସପି ଓ ଏସଡିପିଓଙ୍କ ବଦଳି କରାଯାଇଛି। ସେହିପରି ପଦୋନ୍ନତି ପାଇଥିବା ୬୮ ଡିଏସପିଙ୍କ ବଦଳି ହୋଇଥିବା ପୁଲିସ ବିଭାଗରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe