ବରଗଛ ଡାଳ ପଡ଼ି ମାଟ୍ରିକ୍‌ ଛାତ୍ରୀ ମୃତ

ପାଣି ଭର୍ତ୍ତି ବାଲ୍‌ଟିରେ ବୁଡ଼ି ଶିଶୁପୁତ୍ରର ମୃତ୍ୟୁ

sisat

ବରପାଲି: ବରଗଛ ଡାଳ ପଡ଼ି ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତା ଛାତ୍ରୀଙ୍କ ଜଣକ ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଅନ୍ତର୍ଗତ ଭଟିଗଁାର ସୁଶିଳ ଭୁଏଙ୍କ ଝିଅ ସୁନିଲ (୧୫)।

ବରପାଲି ବ୍ଲକ୍‌ ଅନ୍ତର୍ଗତ ଭଟିଗାଁ ବେଳନନ୍ଦ କଁଟା ନିକଟରେ ବାସ କରୁଥିବା ସୁଶିଲ ଭୁଏଙ୍କ ଝିଅ ସୁନିଲ ଆଜି ପୂର୍ବାହ୍ନରେ ବନ୍ଦଆଡ଼ିରେ ବୁଲାବୁଲି କରୁଥିଲେ। ଏହି ସମୟରେ ସେଠାରେ ଥିବା ବହୁ ପୁରାତନ ବରଗଛର ଏକ ଡାହି ବିନା ଝଡ଼ତୋଫାନରେ ସୁନିଲଙ୍କ ମୁଣ୍ଡ ଉପରେ ଅଚାନକ ଛିଣ୍ଡି ପଡ଼ିଥିଲା। ଫଳରେ ସେଠାରେ ସେ ବେହୋସ୍‌ ହୋଇ ପଡ଼ିଯାଇଥିଲେ। ଏହା ଦେଖି ତାଙ୍କ ପରିବାର ଓ ନିକଟରେ ଥିବା ଲୋକେ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଭୀମ୍‌ସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ବୁର୍ଲା ପୁଲିସ୍‌ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe