Advertisment

Auditorium: ‘ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ପକ୍ଷରୁ ଏକ ଅତ୍ୟାଧୁନିକ ଡିଜିଟାଲ ସଂଯୋଗୀକରଣ ‘ପିଡି ହିନ୍ଦୁଜା ସଭାଗୃହ ଓ ସାଂସାଂସ୍କୃତିକ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ଦ୍ଵାରା ସମ୍ପାଦିତ ହୋଇଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ପକ୍ଷରୁ ଏକ ଅତ୍ୟାଧୁନିକ ଡିଜିଟାଲ ସଂଯୋଗୀକରଣ ‘ପିଡି ହିନ୍ଦୁଜା ସଭାଗୃହ ଓ ସାଂସାଂସ୍କୃତିକ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ଦ୍ଵାରା ସମ୍ପାଦିତ ହୋଇଯାଇଛି।

1002902894

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ପକ୍ଷରୁ ଏକ ଅତ୍ୟାଧୁନିକ ଡିଜିଟାଲ ସଂଯୋଗୀକରଣ ‘ପିଡି ହିନ୍ଦୁଜା ସଭାଗୃହ ଓ ସାଂସାଂସ୍କୃତିକ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ଦ୍ଵାରା ସମ୍ପାଦିତ ହୋଇଯାଇଛି। ଏହି ଅବସରରେ ସେ କହିଥିଲେ ଏହି ମାଟି, ପାଣି, ପବନ ନେଇ ସେ ବଢ଼ିଛନ୍ତି। ଏହି ମାଟି ଆମକୁ ବହୁତ୍ କିଛି ଦେଇଛି। ଆମେ ମଧ୍ୟ ଏହି ମାଟି ପାଇଁ କିଛି କରିବାକୁ ପଡ଼ିବ। ଏହି ରାଇରଙ୍ଗପୁର ସଂସ୍କୃତି ସମ୍ପନ୍ନ ସହରରେ ଏକ ଅତ୍ୟାଧୁନିକ ସାଂସ୍କୃତିକ ଅଡିଟୋରିୟମରେ ଆବଶ୍ୟକତା ଥିଲା। ଏହି ଗୃହ ନିର୍ମାଣ ହେଲେ ଏହା ସମସ୍ତଙ୍କ ପାଇଁ ବହୁବିଧ କାର୍ଯ୍ୟରେ ଲାଗିପାରିବ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ସାମିଲ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଅଞ୍ଚଳରେ ସେମାନଙ୍କୁ ସେବା କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ।

ସୂଚନାଯୋଗ୍ୟ, ବାମନଘାଟୀ ଉପଖଣ୍ଡ ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ। ଏହି ଅଂଚଳରେ କୁଡୁମି, ସାନ୍ତାଳୀ, ହୋ, ମୁଣ୍ଡା, ମୁଣ୍ଡାରୀ, ଭୂମିଜ, ଶିଖ, ମାରୱାଡି, ଗୁଜୁରାଟୀ, ବିହାରୀ, ରାଜସ୍ଥାନୀ ତଥା ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ସମସ୍ତଙ୍କର ଏକ ନିଆରା ସଂସ୍କୃତି ଅଛି। 

ଏହି ଅଞ୍ଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଅଡିଟୋୟରିୟମର ଅଭାବ ଥିଲା। ସଂସ୍କୃତିପ୍ରେମୀ ଦୂରଦୃଷ୍ଟୀ ମହାମହିମ ରାଷ୍ଟ୍ରପତିଙ୍କ ପ୍ରଚେଷ୍ଟାରେ ହିନ୍ଦୁଜା ଗ୍ରୁପ ବହୁ ପୁରାତନ ରାଇରଙ୍ଗପୁର ଉଚ୍ଚବାଳକ ବିଦ୍ୟାଳୟ ପରିସରରେ ୪୦୦ରୁ ଊର୍ଦ୍ଧ୍ବ ଜନତା ବସିବା ପାଇଁ ଏକ ଶୀତତାପ ନିୟନ୍ତ୍ରିତ ଡିଜିଟାଲ ଆଧାରିତ ଏକ ସାଂସ୍କୃତିକ ଗୃହ ପାଇଁ ସମ୍ମତି ପ୍ରକାଶ କରିଥିଲେ। ରାଷ୍ଟ୍ରପତି ରାଇରଙ୍ଗପୁର ଗସ୍ତରେ ଆସିଥିବାବେଳେ ତାଙ୍କ ଝିଅ ଇତିଶ୍ରୀ ମୁର୍ମୁ ମଧ୍ୟ ଆସିଥିଲେ। ଏହି ଅବସରରେ ସେ ମୁଖ୍ୟଅତିଥି ଭାବେ ଇତିଶ୍ରୀ ମୁର୍ମୁ ଯୋଗଦେଇ ଏହି ସାଂସ୍କୃତିକ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ବିଦ୍ୟାଳୟ ତରଫରୁ ଏକ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ବିଦ୍ୟାଳୟର ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ମୁଖ୍ୟ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ତାଙ୍କ ସହିତ ହିନ୍ଦୁଜା କର୍ପୋରେଟ ଗ୍ରୁପର ପ୍ରେସିଡେଣ୍ଟ ଡଃ ଏସ.କେ ଚଢା,ସିଇଓ ରମଣ କଲ୍ୟାଣ କ୍ରିଷ୍ନାନ ଏବଂ ସମସ୍ତ କର୍ମଚାରୀ, ମୟୂରଭଞ୍ଜର ଏଡିଏମ୍ ନେତ୍ରାନନ୍ଦ ମଲ୍ଲିକ, ପ୍ରଧାନ ଶିକ୍ଷକ ବିନୟ ରଞ୍ଜନ ନାଏକ ଉପସ୍ଥିତ ଥିଲେ। ଶିକ୍ଷକ ରଞ୍ଜନ ନନ୍ଦ ମଂଚ ପରିଚାଳନା କରିଥିଲେ।

ହିନ୍ଦୁଜା ଗ୍ରୁପର ସଭାପତି କହିଥିଲେ ହିନ୍ଦୁଜା ଗ୍ରୁପ କେବଳ ବ୍ୟବସାୟକୁ ଗୁରୁତ୍ବ ଦେଇନଥାଏ କମ୍ପାନି ମଧ୍ୟ ସାମାଜିକ କ୍ଷେତ୍ରରେ ନିଜକୁ ସାମିଲ କରିଥାଏ। ଶିକ୍ଷାର ବିକାଶ ପାଇଁ ବହୁବିଧ ଅନୁଷ୍ଠାନ କରିଛି। ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ୪୦୦ ସିଟ୍ ବିଶିଷ୍ଟ ଏକ ସଭା ଓ ସାଂସ୍କୃତିକ କେନ୍ଦ୍ର ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କରିବ, ଯାହାକି ଦେଶ ବିଦେଶର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe