ଅଜଣା ଗାଡ଼ିକୁ ଧକ୍କା ଦେଇ ଜଳିଗଲା ଦ୍ରୁତଗାମୀ କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ଚଳନ୍ତା କାରରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ିଯାଇଛି। କାର ଚଳାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

kkk

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଉମରକୋଟ ରାଜ୍ୟ ରାଜପଥ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ଚଳନ୍ତା କାରରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ଯାଇଛି। କାର ଚଳାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବଡ଼ପଡ଼ା ଗ୍ରାମର ଶିବ ସୁନା ଏକ କାର (ଓଡ଼ି ୦୮ଭି ୩୮୧୬) ଯୋଗେ କୌଣସି କାମରେ ନବରଂଗପୁର ଜିଲ୍ଲା ରାଇଘରକୁ ଯାଇଥିଲେ। ସେଠାରେ କାମ ସାରି ଆଜି ପୂର୍ବାହ୍ନରେ କଳାହାଣ୍ଡି ଫେରୁଥିବା ସମୟରେ ଡାବୁଗାଁ ଡଙ୍ଗରିଗୁଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ କାରରେ ଅଚାନକ ନିଆଁ ଲାଗିଥିଲା।

ନିଆଁ ଲାଗିବା ଦେଖି କାର ଚଳାଉଥିବା ଡ୍ରାଇଭର  ଶିବ କାରରୁ ତୁରନ୍ତ ଓହ୍ଲାଇଥିଲେ। ଦେଖୁଦେଖୁ ରାସ୍ତା ଉପରେ କାର ହୁତୁହୂତୁ ହୋଇ ଜଳି ଯାଇଥିଲା।

ଖବର ପାଇ ଡାବୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା କାରର ସମ୍ମୁଖ ଭାଗ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଅଳ୍ପକେ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଏନେଇ ଡ଼ାବୁଗାଁ ଥାନାର ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛନ୍ତି। 

Odisha | Nabarangpur | Fire 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe