ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସହକାରୀ କୃଷି ଅଧିକାରୀଙ୍କ ସହ ୫ କର୍ମଚାରୀ

Advertisment
ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସହକାରୀ କୃଷି ଅଧିକାରୀଙ୍କ ସହ ୫ କର୍ମଚାରୀ

ରିଆମାଳ:  ଦେବଗଡ଼-ଅନୁଗୁଳ ୫୩ ନମ୍ବର ଜାତୀୟ ରାଜପଥ ରିଆମାଳ ଥାନା ଅନ୍ତର୍ଗତ ନାଉଲିପଡା ପଞ୍ଚାୟତ ଭିତରପଦ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୧ଟାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିଲ। ଏଥିରେ କାରରେ ଥିବା ରିଆମାଳ ବ୍ଲକ ସହକାରୀ କୃଷି ଅଧିକାରୀଙ୍କ ସମେତ ୫ କର୍ମଚାରୀ ଅଳ୍ପକେ ବର୍ତି ଯାଇଛନ୍ତି। କାର୍‌ରୁ ଧୂଆଁ ବାହାରୁଥିବା ଜାଣି ଚାଳକ କାର୍‌ ଅଟକାଇ ଦେଇଥିଲେ। କୌଶଳ କରି ସମସ୍ତେ କାରରୁ ବାହାରିଯିବାରୁ ରକ୍ଷା ପାଇଯାଇଥିଲେ। କାରଟି ଆଖି ଆଗରେ ଜଳି ଯାଇଥିଲ।

ସୂଚନା ଅନୁସାରେ ଏକ ମିଟିଂରେ ଯୋଗ ଦେବାକୁ ବ୍ଲକ୍‌ କୃଷି ଅଧୀଦର୍ଶକ ଧୀରେନ୍ଦ୍ର ପ୍ରଧାନ ତାଙ୍କ କାର (ଓଡି-୧୯-ଡି-୪୩୭୫)ରେ ରିଆମଳ ବ୍ଲକ୍‌ କୃଷି କାର୍ଯ୍ୟାଳୟକୁ ଆସିଥିଲେ। ଫେରିବା ବେଳେ ସେହି କାର୍‌ରେ ବ୍ଲକ ସହକାରୀ କୃଷି ଅଧିକାରୀ ଦୀପ୍ତିମୟୀ ଗଡ଼ନାୟକ, ଗୁଣ୍ଡିଆପାଲି ଓ ବୁଡିଦୋ ପଞ୍ଚାୟତ ଗ୍ରାମ କୃଷି କର୍ମଚାରୀ ଚନ୍ଦ୍ରକାନ୍ତ ନାୟକ, ପରା ପଞ୍ଚାୟତ ଗ୍ରାମ କୃଷି କର୍ମଚାରୀ ସୌଭାଗ୍ୟ ବାଘ, କରଲଗା ପଞ୍ଚାୟତର ସନ୍ତୋଷିନୀ ପ୍ରଧାନ ମଧ୍ୟ ଫେରୁଥିଲେ। ନିଜେ ଶ୍ରୀ ପ୍ରଧାନ କାର୍‌ ଚଳାଉଥିଲେ।

ଭିତରପଦଠାରେ କାର୍‌ରୁ ଧୂଆଁ ବାହାରୁଥିବା ଜାଣି କାର୍‌କୁ ଅଟକାଇ ଥିଲେ। ପରେ ସମସ୍ତେ କାର୍‌ରୁ ଓହ୍ଲାଇ ଦମକଳ ବାହିନୀକୁ ଫୋନ୍‌ କରିଥିଲେ। ମାତ୍ର ଦମକଳ ଗାଡି ପହଞ୍ଚିବା ବେଳକୁ କାର୍‌ର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଇଞ୍ଜିନ୍‌ରେ ସଟ୍‌ ସର୍କିଟ ହୋଇ ଏପରି ହୋଇଥିବା କୁହାଯାଉଛି। ଏ ନେଇ ଶ୍ରୀ ପ୍ରଧାନ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe