ଆଦିବାସୀ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ବିବାହ ପାଇଁ ଗାଁକୁ ରାସ୍ତା ତିଆରି କଲେ ଯୁବକ

Advertisment

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କାଙ୍କୁବାଡ଼ି ପଞ୍ଚାୟତର ଜାମ୍ବୁଗୁଡ଼ା ଗ୍ରାମକୁ ଯାତାୟାତ ପାଇଁ ନାହିଁ ପକ୍କା ରାସ୍ତା। ଫଳରେ ଉକ୍ତ ଗାଁର ଯୁବକ ଧୀରେନ୍ କାଡ୍ରକା ନିଜ ଖର୍ଚ୍ଚରେ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କାଙ୍କୁବାଡ଼ି ପଞ୍ଚାୟତର ଜାମ୍ବୁଗୁଡ଼ା ଗ୍ରାମକୁ ଯାତାୟାତ ପାଇଁ ନାହିଁ ପକ୍କା ରାସ୍ତା। ଫଳରେ ଉକ୍ତ ଗାଁର ଯୁବକ ଧୀରେନ୍ କାଡ୍ରକା ନିଜ ଖର୍ଚ୍ଚରେ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି।

ffvccvf

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କାଙ୍କୁବାଡ଼ି ପଞ୍ଚାୟତର ଜାମ୍ବୁଗୁଡ଼ା ଗ୍ରାମକୁ ଯାତାୟାତ ପାଇଁ ନାହିଁ ପକ୍କା ରାସ୍ତା। ଫଳରେ ଉକ୍ତ ଗାଁର ଯୁବକ ଧୀରେନ୍ କାଡ୍ରକା ନିଜ ଖର୍ଚ୍ଚରେ ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି। ଏପ୍ରିଲ୍ ୧୬ରେ ଧୀରେନଙ୍କ ବିବାହ ଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି। ଆଦିବାସୀ ଇଲାକାରେ ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନଥିବା ବେଳେ ଆଦିବାସୀ ଯୁବକ ନିଜ ବିବାହ ପାଇଁ ରାସ୍ତା ନିର୍ମାଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। 

ବିଷମକଟକ ସଦର ମହକୁମାରୁ ୧୧କିମି ଦୂରରେ ରହିଛି ଜାମ୍ବୁଗୁଡ଼ା ଗାଁ। ଗାଁରେ ବସବାସ କରୁଛନ୍ତି ୬୦ରୁ ଊର୍ଦ୍ଧ୍ବ ପରିବାର। ବହୁବର୍ଷ ତଳେ ସରକାର ଏହି ଗାଁକୁ ମନରେଗା ଯୋଜନାରେ ମାଟି ରାସ୍ତା ନିର୍ମାଣ କରିଥିଲେ। ଗୁଣପୁର-ବିଷମକଟକ ରାସ୍ତାର କିରିବିରି ଛକରୁ ଜାମ୍ବୁଗୁଡ଼ାର ଦୂରତା ୩କିମି। ମରାମତି ଅଭାବରୁ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି। ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଛନ୍ତି। କିନ୍ତୁ କେବଳ ପ୍ରତିଶ୍ରୁତିରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପଞ୍ଚାୟତ କିମ୍ବା ବ୍ଲକ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନ ନେବା ପରେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲେ ଆଦିବାସୀ ଯୁବକ ଧୀରେନ।

ଏପ୍ରିଲ୍ ୧୬ରେ ଧୀରେନ୍ ରାୟଗଡ଼ାରେ ବିବାହ କରୁଥିବା ବେଳେ ୧୮ ତାରିଖରେ ନିଜ ଗ୍ରାମରେ ବିବାହ ଭୋଜି ରଖିଛନ୍ତି। ଏକ ସପ୍ତାହ ଧରି ଜେସିବି ଲଗାଇ ୩ କିମି ରାସ୍ତାକୁ ସମତୁଲ କରିବା ସହ ମାଟି ପକାଇ ଯାତାୟାତ ଉପଯୋଗୀ କରିଛନ୍ତି। ଏଥି ପାଇଁ ଲକ୍ଷାଧିକ ଟଙ୍କା ନିଜେ ବ୍ୟୟ କରିଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବାହାରେ ପ୍ରକାଶ କରିବାକୁ ଇଚ୍ଛା କରିନାହାନ୍ତି। ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରାସ୍ତାରେ ଆମ୍ବୁଲାନସ୍‌ ତ ଦୂରର କଥା ସାଇକଲ୍ ଓ ବାଇକ୍ ଚଳାଚଳ କରିବାରେ ଅସୁବିଧା ହେଉଥିଲା। ଧୀରେନଙ୍କ ଉଦ୍ୟମରେ ରାସ୍ତା ନିର୍ମାଣ ପରେ ଏବେ ଗାଁକୁ ଚାରିଚକିଆ ଗାଡ଼ି ଯାତାୟାତ ସମ୍ଭବପର ହୋଇଛି। ଧୀରେନଙ୍କ ଏପରି ମହତ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ବୁଧବାର ଧୀରେନଙ୍କ ବିବାହ ଥିବାରୁ ବସ୍‌ରେ ଜାମ୍ବଗୁଡ଼ା ଗାଁରୁ ରାୟଗଡ଼ା ଅଭିମୁଖେ ଯାଇଛନ୍ତି। ଏ ସମ୍ପର୍କରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ରାସ୍ତାର ଉନ୍ନତୀକରଣ ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe