କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ନକ୍ସଲ କ୍ୟାମ୍ପ ଠାବ: ପୁଲିସ ଓ ମାଓବାଦୀ ଗୁଳିଚାଳନା, ବିପୁଳ ସାମଗ୍ରୀ ଜବତ

Advertisment
କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ନକ୍ସଲ କ୍ୟାମ୍ପ ଠାବ: ପୁଲିସ ଓ ମାଓବାଦୀ ଗୁଳିଚାଳନା, ବିପୁଳ ସାମଗ୍ରୀ ଜବତ

ଭବାନୀପାଟଣା: କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁଟ୍ରିମହୁଲ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କର ଏକ କ୍ୟାମ୍ପ ଉପରେ ଚଢ଼ଉ କରିଛି ପୁଲିସ। ମଦନପୁର ରାମପୁର ଥାନା ଅନ୍ତର୍ଗତ ବୁଡାନାଇ ଉତ୍ତର ସଂରକ୍ଷିତ ଜଙ୍ଗଲ ନିକଟରେ ମାଓବାଦୀଙ୍କ ଗତିବିଧି ସୂଚନା ମିଳିବା ପରେ ପୁଲିସ ଓ ଏସ୍‌ଓଜି ପକ୍ଷରୁ କମ୍ବିଂ ଅପରେସନ୍‌ ଜାରି ରହିଥିଲା। ଗତ ୧୩ ତାରିଖରେ କମ୍ବିଂ ଅପରେସନ ବେଳେ ୧୦ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ କ୍ୟାଡର୍‌ ଅତର୍କିତ ଗୁଳିଚାଳନା କରିଥିଲେ। ଏସ୍‌ଓଜି ଯବନାଙ୍କ ପକ୍ଷରୁ ପାଲଟା ଗୁଳିଚାଳନା ପରେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ପୁଲିସ ସେଠାରୁ ମାଓ କ୍ୟାମ୍ପ ଠାବ କରିବା ସହ ୪ଟି କିଟ୍‌ ବ୍ୟାଗ, ୬ଟି ଛତା, ୧୦ଟି ଇଲେକ୍ଟ୍ରିକ୍‌ ଡିଟୋନେଟର୍‌, ୧ ମିଟର ବିଦ୍ୟୁତ୍‌ ତାର, ୨ଟି ଟାଙ୍ଗିଆ, ଗୋଟିଏ ମାଓବାଦୀ ବେଲ୍ଟ, ୩ଟି ତାରପୋଲିନ୍‌, ୫ଟି ପ୍ଲାଷ୍ଟିକ ବୋତଲ, ୨ଟି ବାଲ୍‌ଟି, ୩ଟି ଟର୍ଚ୍ଚ, ୩ଟି ଛୁରି, ୪ ହଳ ଜୋତା, ୫ଟି କଇଁଚି, ୩ଟି କ୍ରାକର୍ସ, ୨ଟି ଶାଲ, ୨ଟି ଷ୍ଟିଲ୍‌ ଟିଫିନ କ୍ୟାରିଅର, ୨ଟି ଆଇଡି, ବାସନକୁସନ, ଔଷଧ, ମାଓବାଦୀ ପୁସ୍ତିକା, ପୋଷାକ ସମେତ ବହୁ ସାମଗ୍ରୀ ଜବତ କରିଛି। ଅପରେସନ ଟିମ୍‌ ମାଓବାଦୀମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାହାଡ଼ିଆ ଅଞ୍ଚଳ ଏବଂ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେମାନେ ଚମ୍ପଟ ମାରିଥିବା କଳାହାଣ୍ଡି ପୁଲିସ ଏସ୍‌ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe