ଯବାନଙ୍କ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ

Advertisment
ଯବାନଙ୍କ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ଅନ୍ତର୍ଗତ ବୋରେଇ ଥାନା ଅଂଚଳର ଏକବାରି ଜଂଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଯବାନମାନେ ଜଣେ ନକ୍ସଲକୁ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଆଜି ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା। ଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଗତକାଲି ରାତିରେ ଧମତରୀ ଓ ଗାରିଆବନ୍ଦ ଜିଲ୍ଲା ରିଜର୍ଭ ପୁଲିସର ମିଳିତ ସର୍ଚ ଅପରେସନ୍ ହୋଇଥିଲା।

ଏହାପରେ ବିଳମ୍ବିତ ରାତିରେ ଉଭୟ ନକ୍ସଲର ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରାତିରେ ହୋଇଥିବା ମୁକାବିଲାରେ ଜଣେ ନକ୍ସଲ ମୃତ୍ୟୁ ଘଟିଥିବା ଆଜି ସକାଳୁ ପୁଲିସକୁ ସୂଚନା ମିଳିଥିଲା। ନକ୍ସଲ ୟୁନିଫର୍ମ୍ ରେ ମିଳିଥିବା ମୃତଦେହ ସହିତ ମାଓ ସାମଗ୍ରୀ ଓ କିଛି ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ପୁଲିସ ଜବତ କରିଥିବା ଜଣାପଡିଛି। ମୃତ ନକ୍ସଲର ପରିଚୟ ମିଳିପାରି ନଥିବା ବେଳେ ତାର ଶବକୁ ବୋରେଇ ଥାନାକୁ ଅଣା ଯାଇଛି। ଏହି ଘଟଣା ପରେ ପୁଲିସ ପକ୍ଷରୁ ସର୍ଚ ଅପରେସନ୍ କୁ କଡ଼ାକଡ଼ି କରାଯଇଛି। ସୂଚନା ପାଇ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀମାନେ ବୋରେଇ ଥାନାରେ ଆସି ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe