ଓଡ଼ିଶା ପୁଲିସରେ ‌ଯୋଡ଼ାହେଲା ନୂଆ ଫର୍ଦ୍ଦ, ଡ୍ରଗସ୍‌ କାରବାର ରୋକିବାକୁ ସୁଦୃଢ଼ ହେବ ଏସ୍‌ଟିଏଫ୍

Advertisment

ପ୍ରତିଷ୍ଠା ହେବ ସ୍ବତନ୍ତ୍ର ନାର୍କୋଟିକ୍ ୟୁନିଟ: ଡିଜିପି

ପ୍ରତିଷ୍ଠା ହେବ ସ୍ବତନ୍ତ୍ର ନାର୍କୋଟିକ୍ ୟୁନିଟ: ଡିଜିପି

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

କଟକ: ଓଡ଼ିଶା ପୁଲିସର ବିକାଶରେ ଆଜି ‌ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ରାଜ୍ୟରେ ବୃଦ୍ଧି ପାଉଥିବା ଅବାଧ ଡ୍ରଗସ୍ କା‌ରବାରକୁ ରୋକିବା ଏବଂ ଏହା ବିରୋଧ‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ପୁଲିସର ସ୍ବତନ୍ତ୍ର ନା‌ର୍କୋଟିକ ୟୁନିଟ ପ୍ରତିଷ୍ଠା ପ୍ରସ୍ତା‌ବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ଏସ୍‌ଟିଏଫ୍‌କୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଜଣେ ଏସ୍‌ପି ଓ ୩ଜଣ ଡିଏସ୍‌ପି ପା‌ହ୍ୟାର ଅଧିକାରୀ ପଦବି ଓ ୨୭ଟି ନୂଆ ପଦବିକୁ ମଧ୍ୟ ମଂଜୁରୀ ଦେଇଛନ୍ତି।

ବିଗତଦିନରେ ଓଡ଼ିଶା ପୁଲିସ ଡ୍ରଗସ କ‌ାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛି। ଡ୍ରଗସ୍ କାରବାର ଦମନ କରିବାରେ ସ୍ପେସାଲ ଟାସ୍କ୍ ଫୋର୍ସ (ଏସ୍‌ଟିଏଫ୍)ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଡିଜିପି ଅଭୟ କହିଥିଲେ। ତେବେ ସରକାରଙ୍କ ନାର୍କୋଟିକ୍‌ ୟୁନିଟ୍‌ ପ୍ରତିଷ୍ଠା ଅନୁମୋଦନ ଓ ଏସ୍‌ଟିଏଫ୍‌ ଶକ୍ତିଶାଳୀ କରିବାକୁ ନେଇଥିବା ପଦକ୍ଷେପ ଏ ଦିଗରେ ଅଧିକ ସହାୟ ହେବ। ଆଗାମୀ ଦିନରେ ଡ୍ରଗସ କ‌ାରବାର ରୋକିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଥିଲେ। ନୂତନ ପଦବି ସୃଷ୍ଟି, ସ୍ବତନ୍ତ୍ର ଡ୍ରଗସ ୟୁନିଟ୍‌ ପ୍ରତିଷ୍ଠା ଏବଂ ଏସ୍‌ଟିଏଫ୍‌କୁ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ଡିଜିପି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଡ୍ରଗ୍‌ସ କାରବାର ତଥ୍ୟ ଅନ୍ୟାନ୍ୟ ଅପରାଧକୁ ଦମନ କରିବାରେ ଏସ୍‌ଟିଏଫ୍ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିବ ବୋଲି ଡିଜିପି ଅଭୟ ଏହି ଅବସରରେ ସରକାର ତଥା ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe