ବଲାଙ୍ଗୀର ଶିଶୁ ବିକ୍ରି ଘଟଣାରେ ନୂଆ ମୋଡ଼: ସମ୍ବଳ ନାହିଁ, ଛୁଆ ପୋଷିବୁ କେମିତି?

Advertisment

ଗତ ନଭେମ୍ବର ମାସରେ ବଲାଙ୍ଗୀର ଜିଲ୍ଲାରେ ଶିଶୁ ବିକ୍ରି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିକୁ ଆସିଥିଲେ। ଯଦିଓ ପରବର୍ତ୍ତୀ ସମୟରେ ରାୟପୁରରୁ ଶିଶୁକୁ ଉଦ୍ଧାର କରାଗଲା...

Updated On

ଗତ ନଭେମ୍ବର ମାସରେ ବଲାଙ୍ଗୀର ଜିଲ୍ଲାରେ ଶିଶୁ ବିକ୍ରି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିକୁ ଆସିଥିଲେ। ଯଦିଓ ପରବର୍ତ୍ତୀ ସମୟରେ ରାୟପୁରରୁ ଶିଶୁକୁ ଉଦ୍ଧାର କରାଗଲା...

ଅଦ୍ୟତନ ହୋଇଛି
dgddgdg

ବଲାଙ୍ଗୀର: ଗତ ନଭେମ୍ବର ମାସରେ ବଲାଙ୍ଗୀର ଜିଲ୍ଲାରେ ଶିଶୁ ବିକ୍ରି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ସ୍ଥିତିକୁ ଆସିଥିଲେ। ଯଦିଓ ପରବର୍ତ୍ତୀ ସମୟରେ ରାୟପୁରରୁ ଶିଶୁକୁ ଉଦ୍ଧାର କରାଗଲା, କିନ୍ତୁ ଏହି ପ୍ରସଙ୍ଗ ଏବେ ଆହୁରି ସମ୍ବେଦନଶୀଳ ହୋଇଛି। କାରଣ ଉଦ୍ଧାର ହୋଇଥିବା ଶିଶୁକୁ ଧରି ବାପା-ମା’ ସରକାରଙ୍କ ହାତରେ ସମର୍ପି ଦେଇଛନ୍ତି। ଖପ୍ରାଖୋଲ ବ୍ଲକ ସାନ୍‌ଗୁର୍ଜିଭଟା ଗାଁର ଦମ୍ପତି ଅରୁଣାବତୀ ନାଗ ଏବଂ ଅମୃତା ନାଗ ବଲାଙ୍ଗୀର ଆସି ଛୁଆକୁ ଶିଶୁ ମଙ୍ଗଳ ସମିତି ହାତରେ ଟେକି ଦେଇଛନ୍ତି। ଦାରିଦ୍ର୍ୟର ତାଡ଼ନାରେ ସେମାନେ ଆଉ ଗୋଟିଏ ଛୁଆ ପୋଷି ପାରିବେ ନାହିଁ ଏବଂ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ପୂର୍ବରୁ ଏହି ଦମ୍ପତିଙ୍କର ୫ଟି ପିଲା ଅଛନ୍ତି। ଆଉ ଗୋଟିଏ ଶିଶୁ ଲାଳନପାଳନ କରିବାକୁ ସେମାନଙ୍କ ପାଖରେ ସାମର୍ଥ୍ୟ ଓ ସମ୍ବଳ ନାହିଁ।

ଉଦ୍ଧାର ଶିଶୁକୁ ପ୍ରଶାସନ ହାତରେ ଟେକିଦେଲେ ବାପା-ମା’

ଶିଶୁକୁ ସରକାରଙ୍କୁ ହସ୍ତାନ୍ତର କରି ସେମାନେ ପୁଣି ଦାଦନ ଖଟିଯିବେ ବୋଲି ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ପ୍ରକାଶ କରିଛନ୍ତି। ଶିଶୁକୁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରଖାଯାଇଛି। ଦୁଇ ମାସ ଭିତରେ ଯଦି ଶିଶୁକୁ ପରିବାରବର୍ଗ ପୁନର୍ବାର ଗ୍ରହଣ ନକରନ୍ତି, ତେବେ ନିୟମାନୁସାରେ ଶିଶୁକୁ ବଲାଙ୍ଗୀର କିମ୍ବା ଅନ୍ୟ କେନ୍ଦ୍ରକୁ ପଠାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ ଲମ୍ବୋଦର ଦୀପ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଶିଶୁ ବିକ୍ରି ମାମଲାରେ ପୂର୍ବରୁ  ଖପ୍ରାଖୋଲ ସିଏଚ୍‌ସି ଅଧୀନ ସୁନାମୁଦି ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନ୍ଏ‌ମ୍‌ ମମତା ଭୋଇ, ମଧ୍ୟସ୍ଥି ଆଲୋକ ଅଗ୍ରୱାଲ ଏବଂ ଶିଶୁକୁ କିଣିଥିବା ରାଜକୁମାର ମିତ୍ତଲ ଗିରଫ ହୋଇଛନ୍ତି। ନଭେମ୍ବର ୨ ତାରିଖରେ ସୁନାମୁଦି ଉପସ୍ୱାସ୍ଥ୍ୟକେନ୍ଦ୍ରଠାରେ ଶିଶୁଟି ଜନ୍ମ ହୋଇଥିଲା। ପରେ ଏଏନ୍‌ଏମ୍‌ ତଞ୍ଚକତା କରି ତାକୁ ଅନ୍ୟ ହାତକୁ ଟେକି ଦେଇଥିଲେ। ଏବେ ଉଦ୍ଧାର ଶିଶୁକୁ ସରକାରଙ୍କ ହାତରେ ପୁଣି ମା’, ବାପା ଧରାଇଦେବା ବଲାଙ୍ଗୀର ଜିଲ୍ଲାର ଦାଦନ ଦୁଃଖ ଓ ଦାରିଦ୍ର୍ୟ ସ୍ଥିତିକୁ ଉଜ୍ଜୀବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe