ପୁଲିସ, ଆମ୍ବୁଲାନ୍ସ, ଦମକଳ ଭଳି ଜରୁରୀ ସହାୟତା ପାଇଁ ଜାରି ହେଲା ଗୋଟିଏ ନମ୍ବର-୧୧୨

Advertisment
ପୁଲିସ, ଆମ୍ବୁଲାନ୍ସ, ଦମକଳ ଭଳି ଜରୁରୀ ସହାୟତା ପାଇଁ ଜାରି ହେଲା ଗୋଟିଏ ନମ୍ବର-୧୧୨

ଭୁବନେଶ୍ବର: ପୁଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ଜାରି ହୋଇଛି। ଏଣିକି ପୁଲିସ, ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ୍ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବର ଡାଏଲ କରିବାକୁ ପଡିବ ନାହିଁ । ୧୧୨ ନମ୍ବରରେ ଡାଏଲ କଲେ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ୱରିତ ସେବା ପାଇଁ ୧୦୯୮ଟି ପଦବୀକୁ ମଞ୍ଜୁରି ଦେଇଛନ୍ତି । ଜନତାଙ୍କ ସୁବିଧା ଯୋଗାଇବାକୁ ବିଭିନ୍ନ ସହାୟତା ନମ୍ବର ଯଥା- ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ନମ୍ବରକୁ ଏକୀଭୂତ କରାଯାଇ ୧୧୨ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି ।

୧୧୨ ସେବା ପାଇଁ ୪ ଜଣ ଡିଏସପି, ୧୫୧ ଇନ୍ସପେକ୍ଟର, ୨୦୩ ସବଇନ୍ସପେକ୍ଟର ଓ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏହାଛଡା ଚୁକ୍ତିଭିତ୍ତିକ ଭାବେ ୧୯୮ ଜଣ କଲ୍ ଟେକର ଓ ୨୩୬ଟି ଗାଡ଼ି ମଧ୍ୟ ନିୟୋଜିତ ହେବ ବୋଲି ସୂଚନା ମିଳିଛି । ଗୋଟିଏ ନମ୍ବରରେ ସବୁ ଜରୁରୀ ସେବା ମିଳିଲେ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe