ଯାହାକୁ ରଖିବେ ଅନନ୍ତ! ମୁମୂର୍ଷୁ ଅବସ୍ଥାରେ ଦେଢ଼ବର୍ଷର ଛୁଆ ଚୁଆରୁ ଉଦ୍ଧାର

ଯାହାକୁ ରଖିବେ ଅନନ୍ତ! ମୁମୂର୍ଷୁ ଅବସ୍ଥାରେ ଦେଢ଼ବର୍ଷର ଛୁଆ ଚୁଆରୁ ଉଦ୍ଧାର

Unsplash

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ନିକଟସ୍ଥ ଖୁଣ୍ଟପାଲି ଗ୍ରାମରେ ମଙ୍ଗଳବାର ଏକ ଦେଢ଼ବର୍ଷର ଶିଶୁ ପୁତ୍ରକୁ ମୁମୂର୍ଷୁ ଅବସ୍ଥାରେ ଚୁଆରୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାନୁସାରେ ଶିଶୁଟି ଆଜି ଦ୍ବିପ୍ରହର ସମୟରେ ଘର ବାରଣ୍ଡାରେ ଖେଳୁଥିଲା। ତେବେ ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଘର ନିକଟରେ ଥିବା ଏକ ବାଡ଼ ବିହୀନ ଚୁଆ ମଧ୍ୟକୁ ଖସି ପଡ଼ିଥିଲା।

ଏହା ଦେଖି ଶିଶୁର ମା’ ତାକୁ ତୁରନ୍ତ ପାଣି ଭିତରୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ସେ ଚେତାଶୂନ୍ୟ ହୋଇ ସାରିଥିଲା। ମୁମୂର୍ଷୁ ଅବସ୍ଥାରେ ତାକୁ ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ସେ ଚେତା ଫେରି ପାଇଥିବା ଓ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି। ଘଟଣାଟି ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe