ଫସଲବୀମା ଜାଲିଆତି ଅଭିଯୋଗରେ ଜଣେ ଗିରଫ

Advertisment
ଫସଲବୀମା ଜାଲିଆତି ଅଭିଯୋଗରେ ଜଣେ ଗିରଫ

ବାମରା/କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାଉରିଗୋଡ଼ା (ଭୁଲୁପଡ଼ା) ଗ୍ରାମର ଚାଷୀ ଧରଣୀଧର ଚାନ୍ଦ ନିଜ ଧାନ ଚାଷକୁ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିବାକୁ ଯାଇଥିବା ବେଳେ ତାଙ୍କର ଜମି ପଟ୍ଟା ନାଁ’ରେ ଅନ୍ୟ କେହି ଜଣେ ଜାଲିଆତି କରି ଫସଲ ବୀମା କରି ଦେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଧରଣୀଧର ଆଗରୁ ଫସଲ ବୀମାରେ ଚଞ୍ଚକତା କରାଯାଇଥିବା ବିଷୟରେ ମହୁଲପାଲି ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ମଙ୍ଗଳବାର ଏଥିରେ ସଂପୃକ୍ତ ବାଉରିଗୋଡ଼ାର ମହେନ୍ଦ୍ର ବାଘଙ୍କ ପୁଅ ସୁମନ୍ତ ବାଘ (୩୧)କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ଘଟଣାର ତଦନ୍ତ ଏସ୍‌ଆଇ ଦିଲୀପ ବେହେରା କରୁଛନ୍ତି। ପ୍ରକାଶ ଯେ, କୁଚିଣ୍ଡା ଉପଖଣ୍ଡରେ ଶହ ଶହ ସଂଖ୍ୟାରେ ଚଳିତ ବର୍ଷ ଫସଲ ବୀମା ଯୋଜନାରେ ଚଞ୍ଚକତା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ଜାରି ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe