ପଥର ଖାଦାନରେ ଗଦାଗଦା ଔଷଧ

Advertisment
ପଥର ଖାଦାନରେ ଗଦାଗଦା ଔଷଧ

ଆନନ୍ଦପୁର/ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ଦାନ୍ତିଆ ପଥର ଖାଦାନରେ ବହୁ ପରିମାଣର ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଉଥିବା ଔଷଧ ଗୁଡ଼ିକ ଏଠାରେ ଫୋପାଡ଼ି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଏଥିରୁ ବହୁ ଔଷଧ, ଇଞ୍ଜେକ୍ସନ ଏବଂ ଓଆର୍‌ଏସ୍‌ ପାଉଡରର ଏକ୍ସପାରି ଡେଟ୍‌ ଥିବା ଜଣାପଡ଼ିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଠାରେ ଔଷଧ ଫୋପାଡ଼ିଛି ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏପଟେ ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ମିଳୁ ନଥିବା ବେଳେ ଏଠାରେ ଗଦାଗଦା ଔଷଧ ଫୋପଡ଼ା ଯିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରଂଜୀବ କୁମାର ରାଉତଙ୍କୁ ପଚାରିବାରୁ, ଏହା ସରକାରୀ ଔଷଧ ବୋଲି ସେ ସ୍ବୀକାର କରିଛନ୍ତି। ତେବେ ଏସବୁ ଔଷଧ ତାଙ୍କ ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ର ଅଧୀନରେ ଥିବା କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇନଥିଲା। ଏହି ପଥର ଖାଦାନଟି ରାସ୍ତାକଡ଼ରେ ଏବଂ ନିଚ୍ଛାଟିଆ ସ୍ଥାନରେ ଥିବା‌ରୁ ଅନ୍ୟ କିଏ ଔଷଧ ଆଣି ଏଠାରେ ପକାଇଥିବ ବୋଲି ଡା. ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe