ପୁଲିସ୍ ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପୁଲିସ୍ ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ

(representational immage) Kalinga TV

ବାମରା: ସୀମାବର୍ତ୍ତି ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଧାରୁଆଡିହି ଥାନାର ୨ ଜଣ ଷ୍ଟାଫ ରବିବାର ଅପରାହ୍‌ଣରେ କୌଣସି କାମରେ ବଡ଼ଗାଁ ଅଞ୍ଚଳକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ସେଠାରୁ ଏକୁଟିଆ ଡ୍ରାଇଭର ଗାଡ଼ି ନେଇ ଫେରୁଥିବା କ୍ରମରେ ବାମରା ନିକଟ ତାଲଡିହି ମହାଲିଙ୍ଗପଡ଼ା ଗାଁ ପାଖରେ ଗାଡିର ବାମ ପାଖ ଆଗ ଚକ ଫାଟିଯାଇଥିଲା।

ଫଳରେ ଦ୍ରୁତ ଗତିରେ ଯାଉଥିବା ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଭାଙ୍ଗି ରୁଜି ଯାଇଥିଲା। ସୌଭାଗ୍ୟବଶତଃ ଗାଡ଼ିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଧାରୁଆଡିହି ଥାନା ଅଧିକାରୀ ଅଲେଖ ଚନ୍ଦ୍ର ସେଠୀ ଘଟଣାସ୍ଥଳକୁ ପହଞ୍ଚି ବୁଝିଥିଲେ। ଭାଙ୍ଗିରୁଜି ଯାଇଥିବା ଗାଡ଼ି (ଓଡି ୧୬ ଜି ୩୧୨୬)ର ଅନୁସନ୍ଧାନ ପାଇଁ ବୀମା କମ୍ପାନୀ ଘଟଣାସ୍ଥଳକୁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe