ଉଇ ଖାଇଗଲେଣି ୯ କୋଟିର ପ୍ରକଳ୍ପ: ପାଞ୍ଚବର୍ଷ ହେଲା ପଡ଼ିରହିଛି ଗୋପାଳପୁର ଇକୋ ରିଟ୍ରିଟ୍‌

ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂଆ ଦିଶା ଦେବା ପାଇଁ ଗୋପାଳପୁର ବେଳାଭୂମିରେ ସ୍ଥାୟୀ ଇକୋ ରିଟ୍ରିଟ୍‌ ତିଆରି ହେଲା। ହେଲେ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ।

fshfhshfxbvbv

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂଆ ଦିଶା ଦେବା ପାଇଁ ଗୋପାଳପୁର ବେଳାଭୂମିରେ ସ୍ଥାୟୀ ଇକୋ ରିଟ୍ରିଟ୍‌ ତିଆରି ହେଲା। ହେଲେ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ନିର୍ମାଣ ସରି ବର୍ଷେ କି ଦୁଇବର୍ଷ ନୁହେଁ ୫ବର୍ଷ ପୂରିଲା, ପ୍ରକଳ୍ପ ପଡ଼ି ପଡ଼ି ଖତ ହେଲା। ପର୍ଯ୍ୟଟନ ବିଭାଗ ଦାୟିତ୍ବ ନନେବାରୁ ୯ କୋଟି ଟଙ୍କାର ପ୍ରକଳ୍ପ ଉଇ ଖାଇ ନଷ୍ଟ ହେଲାଣି। ଶେଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ଏହାର ପରିଚାଳନା ପାଇଁ ଟେଣ୍ଡର୍‌ ଆହ୍ବାନ କରିଛି। ଏହି ପ୍ରକଳ୍ପର ପରିଚାଳନା ପାଇଁ ୪ଟି ସଂସ୍ଥା ଆବେଦନ କରିଛନ୍ତି। ସେମାନଙ୍କ କାଗଜପତ୍ର ଯାଞ୍ଚ ଚାଲିଛି।

ପାଞ୍ଚବର୍ଷ ହେଲା ପଡ଼ିରହିଛି ଗୋପାଳପୁର ଇକୋ ରିଟ୍ରିଟ୍‌
ପର୍ଯ୍ୟଟନ ବିଭାଗ ନେଲାନି, ବିଡିଏ ଡାକିଲା ଟେଣ୍ଡର୍‌

ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୋପାଳପୁରରେ ଆଇପିଏସ୍ ଗେଷ୍ଟ୍ ହାଉସ୍ ନିକଟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସ୍ଥାୟୀ ଇକୋ ରିଟ୍ରିଟ୍ ହବ୍‌ (କଟେଜ୍) ନିର୍ମାଣ କରାଯାଇଛି। ଏହାର କାର୍ଯ୍ୟ ୨୦୨୦ରେ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଉଦ୍‌ଘାଟନ ହୋଇପାରି ନାହିଁ। ୨୦୧୬ରେ ଗୋପାଳପୁର ଆଇପିଏସ୍ ଗେଷ୍ଟ ହାଉସ୍ ପାର୍ଶ୍ବରେ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ୪୫ ଏକର ଜମିରେ ଇକୋ ରିଟ୍ରିଟ୍ ହବ୍‌ କାମ ଆରମ୍ଭ କରାଯାଇଥିଲା। ପର୍ଯ୍ୟଟକ ରହିବା ପାଇଁ ଏଠାରେ ୧୪ଟି ଅତ୍ୟାଧୁନିକ କଟେଜ୍ ରହିଥିବା ବେଳେ ଶିଶୁ ଉଦ୍ୟାନ, ଘାସ ବଗିଚା, ପାର୍କିଂ, ସୁଇମିଂ ପୁଲ୍ ରହିଛି। ବାହାର ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ରହଣି ପାଇଁ ଇକୋ ରିଟ୍ରିଟ୍‌ ହବ୍‌ ବେଶ ଉପଯୋଗୀ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ସୁଦ୍ଧା ତାହା ଆରମ୍ଭ କରାଯାଇ ନାହିଁ। ଏ ସମ୍ପର୍କରେ ବିଡିଏ ସଚିବ ରମେଶ ହାଂସଦା କହନ୍ତି, ଇକୋ ରିଟ୍ରିଟ୍‌ର ନିର୍ମାଣ ସରିବା ପରେ ତାହା ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ପାଇଁ ଚିଠି କରାଯାଇଥିଲା। କିନ୍ତୁ ପର୍ଯ୍ୟଟନ ବିଭାଗ ତାହା ନିଜ ହେପାଜତକୁ ନେଇ ନଥିଲା। ଏଣୁ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଡିଏ ତରଫରୁ ଇକୋ ରିଟ୍ରିଟ୍‌ର ପରିଚାଳନା ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe