ନାରୀର ବିକାଶ ବିନା ସମୃଦ୍ଧ ଓଡ଼ିଶା ସମ୍ଭବ ନୁହେଁ: ସମ୍ପଦ

Advertisment

ଯୁଗେ ଯୁ‌ଗେ ନାରୀମାନଙ୍କର ସ୍ବତନ୍ତ୍ରତା ଓ ମହାନତା ରହିଛି। ନାରୀ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ସମାଜର ବିକାଶ ହୁଏ। ୨୦୩୬ ମସିହା, ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

ଯୁଗେ ଯୁ‌ଗେ ନାରୀମାନଙ୍କର ସ୍ବତନ୍ତ୍ରତା ଓ ମହାନତା ରହିଛି। ନାରୀ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ସମାଜର ବିକାଶ ହୁଏ। ୨୦୩୬ ମସିହା, ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି।

jgjgljgljl

କଟକ: ଯୁଗେ ଯୁ‌ଗେ ନାରୀମାନଙ୍କର ସ୍ବତନ୍ତ୍ରତା ଓ ମହାନତା ରହିଛି। ନାରୀ ସଶକ୍ତ ଓ ସ୍ବାବଲମ୍ବୀ ହେଲେ ସମାଜର ବିକାଶ ହୁଏ। ୨୦୩୬ ମସିହା, ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ନାରୀଶକ୍ତିର ବିକାଶ ନ ହେଲେ, ବିକଶିତ ଓଡ଼ିଶା ସମ୍ଭବ ନୁହେଁ ବୋଲି କହିଛନ୍ତି ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। କଟକର ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନରେ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ‘ଓଡ଼ିଶା-୫୦’ ଚତୁର୍ଥ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ  ନାରୀମାନଙ୍କୁ ସଚେତନ, ସଶକ୍ତ ଓ ସ୍ବୟଂସଂପୂର୍ଣ୍ଣ କରିବା ପାଇଁ ‘ସମ୍ବାଦ’ର ଏହି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ‘ସମ୍ବାଦ’ ଓଡ଼ିଶାର ନାରୀ ଓ ସରକାର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ସହିତ ‌ବିଭିନ୍ନ ସମସ୍ୟାର ସମାଧାନ କରି ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଯୋଗାଉଛି। ଶ୍ରୀ ସ୍ବାଇଁ କହିଲେ ଯେ ମହିଳାମାନେ ନିଜେ ଉଦ୍ୟମ ନ କଲେ ‌କେହି ସେମାନଙ୍କୁ ସ୍ବାବଲମ୍ବୀ କରିପାରିବେ ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ରହିଲେ ଯାଇ ଜଣେ ମହିଳା ସଫଳ ହୋଇପାରି‌ବ।

ଓଡ଼ିଶା-୫୦ ଚତୁର୍ଥ ସଂସ୍କରଣ ଉଦ୍‌ଘାଟିତ

ସଂକଳ୍ପ ନେଲେ ମହିଳାମାନେ ସବୁ କିଛି କରିପାରିବେ: ସୋଫିଆ
ଶିକ୍ଷା ଓ ରୋଜଗାର ମହିଳାଙ୍କ ପାଇଁ ଶ୍ରେଷ୍ଠ ସୁରକ୍ଷା କବଚ: ସୌମ୍ୟରଞ୍ଜନ

ସମ୍ମ‌ାନିତ ଅତିଥି ଭାବେ ଯୋଗ ଦେଇ ବାରବାଟୀ-କଟକ ବିଧାୟିକା ‌ଇଞ୍ଜିନିୟର ‌ସୋଫିଆ ଫିରଦୋସ କହିଲେ ଯେ ମହିଳାମାନେ ସବୁ କାର୍ଯ୍ୟ କରିପାରିବେ। କିନ୍ତୁ ଏବେ ବି ସବୁ କ୍ଷେତ୍ରରେ ମହିଳାମାନେ ସୁଯୋଗ ପାଇପାରି ନାହାନ୍ତି। ‘ସମ୍ବାଦ’ର ଓଡ଼ିଶା-୫୦ କାର୍ଯ୍ୟକ୍ରମ ଅଧିକ ମହିଳାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଓ ପ୍ରୋତ୍ସାହନ ଦେବ।  ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଅଧିକାର ସାବ୍ୟସ୍ତ ବା ସୁରକ୍ଷିତ ରହିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ ଶିକ୍ଷା ଓ ରୋଜଗାର ହେଉଛି କବଚ। ଘର ସମ୍ଭାଳୁଥିବା ମହିଳାମାନେ ଅଜାଣତରେ ଅନେକ ରୋଜଗାର କରନ୍ତି। କିନ୍ତୁ ସେମାନେ ଜାଣତରେ ରୋଜଗାର କରିବା ଉଚିତ। ଶ୍ରୀ ପଟ୍ଟନାୟକ କହିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ମହିଳାମାନେ ନିଶା ନିବାରଣ ପାଇଁ ସଙ୍କଳ୍ପ ନିଅନ୍ତୁ ଓ ଏହା ପରିବାରରୁ ଆରମ୍ଭ ହେଉ। ଏପରି ହେଲେ ସରକାରଙ୍କ ବିନା ସହାୟତାରେ ଆମେ ନିଶା ସେବନ ବନ୍ଦ କରିପାରିବା । 

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ‘ଓଡ଼ିଶା-୫୦’ର ଆଭିମୁଖ୍ୟ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଉପାନ୍ତ ଅଞ୍ଚଳର ମହିଳାମାନେ କିଭଳି ନିଜର ପ୍ରତିଭାର ବିକାଶ ପାଇଁ ସୁଯୋଗ ପାଇଛନ୍ତି ସେ ସଂପର୍କରେ ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଥିଲେ। ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ, ‌ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଭଳି ୭ ଜିଲ୍ଲାର ୭୦ ବ୍ଲକ୍‌ରୁ ୨୨୦ ସଫଳ ଉଦ୍ୟୋଗୀ ମହିଳା ଅଂଶଗ୍ରହଣ କରି ଭାବ ବିନିମୟ କରିଥିଲେ।ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା ସାଉଁଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କୁ ଅତିଥିମାନେ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ବର୍ତ୍ତମାନ ସମୟର ଆହ୍ବାନ’ ଶୀର୍ଷକ ପ୍ରସଙ୍ଗ ଉପରେ ଓରମାସ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ବିପିନବିହାରୀ ରାଉତ ଓ ରୁଚି-ଫ୍ରୋଜିଟ୍‌ର ନିର୍ଦ୍ଦେଶିକା ରଶ୍ମି ସାହୁ ମତ ରଖିବା ସହିତ ମହିଳା ଉଦ୍ୟୋଗୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe