ଚାଷୀଙ୍କ ପାଇଁ ଆଶାର ଆଲୋକ: ଆରମ୍ଭ ହେଲା ସିର୍କି ଡ୍ୟାମ୍ ଗେଟ୍ ମରାମତି କାମ

Advertisment

ଦିନ ଥିଲା ସିର୍କି ଡ୍ୟାମ୍ ଜଳ ସେଚନ ଦ୍ୱାରା ବର୍ଷକୁ ଦୁଇ ଥର ଧାନ ଚାଷ କରିବା ସହିତ ବର୍ଷ ତମାମ ପନି ପରିବା ଚାଷ ହେଉଥିଲା। ଏଥିରୁ ଚାଷୀ ଦି ପଇସା ଲାଭ ପାଇବା ସହିତ ତାର ପରିବାର ଖୁସିରେ ଚଳୁଥିଲା...

ଦିନ ଥିଲା ସିର୍କି ଡ୍ୟାମ୍ ଜଳ ସେଚନ ଦ୍ୱାରା ବର୍ଷକୁ ଦୁଇ ଥର ଧାନ ଚାଷ କରିବା ସହିତ ବର୍ଷ ତମାମ ପନି ପରିବା ଚାଷ ହେଉଥିଲା। ଏଥିରୁ ଚାଷୀ ଦି ପଇସା ଲାଭ ପାଇବା ସହିତ ତାର ପରିବାର ଖୁସିରେ ଚଳୁଥିଲା...

A ray of hope for farmers: Sirki Dam Gate repair work begins

A ray of hope for farmers: Sirki Dam Gate repair work begins Photograph: (sambad.in )

ଘୁ.ଉଦୟଗିରି: ଦିନ ଥିଲା ସିର୍କି ଡ୍ୟାମ୍ ଜଳ ସେଚନ ଦ୍ୱାରା ବର୍ଷକୁ ଦୁଇ ଥର ଧାନ ଚାଷ କରିବା ସହିତ ବର୍ଷ ତମାମ ପନି ପରିବା ଚାଷ  ହେଉଥିଲା। ଏଥିରୁ ଚାଷୀ ଦି ପଇସା ଲାଭ ପାଇବା ସହିତ ତାର ପରିବାର ଖୁସିରେ ଚଳୁଥିଲା।

କିନ୍ତୁ ଦିନକୁ ଦିନ ରକ୍ଷଣା ବେକ୍ଷଣ ଅଭାବରୁ କେନାଲ ପୋତି ହୋଇ ଭାଙ୍ଗିବା ସହିତ ଗେଟ ଭାଙ୍ଗି ପାଣି ଅଯଥାରେ ବୋହି ନଷ୍ଟ ହେଉଥିଲା। ଏଥିରେ ନା ଚାଷ ପାଇଁ ମିଳୁଥିଲା ପାଣି, ନା ପିଇବା ପାଇଁ ଯଥେଷ୍ଟ ହେଉଥିଲା ପାଣି।

ଦୀର୍ଘ ବର୍ଷ ହେଲା ଏହି ସମସ୍ଯା ଲାଗି ରହିଥିବା ବେଳେ ବାରମ୍ବାର ମରାମତି କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ।

କୃଷି ଏବଂ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗେଟ୍ ମରାମତି ପାଇଁ ସରକାର ୪ ଲକ୍ଷ ଏବଂ ଡ୍ୟାମ୍ ପାଇଁ ୪କୋଟି ଅଧିକ ଅର୍ଥ ମଞ୍ଜୁର କରିଥିବା ବେଳେ ଡ୍ୟାମ୍ ମରାମତି କାମ ଆରମ୍ଭ ହୋଇଛି। 

ଅଧିକ ପଢ଼ନ୍ତୁ: କାର୍ଯ୍ୟ ନ କରି ରିପୋର୍ଟ ଏବଂ ଫଟୋ ପ୍ରଦାନ କରି ଅଧିକାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛି ଟିପିଏସଓଡିଏଲ

ଭୂବନେଶ୍ୱରରୁ ଏକ ଟିମ୍ ଆସି ଏହି କାମ କରୁଥିବା ବେଳେ ଏକ ସପ୍ତାହ ମଧ୍ଯରେ ଶେଷ ହେବ ବୋଲି କହିଛନ୍ତି।ଯାହା କୃଷକମାନଙ୍କ ପାଇଁ ଆଶାର ଆଲୋକ ପାଲଟିଛି।

ଏହା ସହିତ ଅପଚୟ ହେଉଥିବା ପାନୀୟ ଜଳ ସଂରକ୍ଷଣ ହେବା ସହିତ ପାନୀୟ ଜଳ ସଙ୍କଟ ଭୟ ରହିବନି ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ: ୨ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Kandhamal | Sirki Dam 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe