‘ସୁରକ୍ଷିତ ଭବିଷ୍ୟତ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ’

ପୂର୍ବ ପୁରୁଷଙ୍କ ସୁନ୍ଦର ପୃଥିବୀ ନଷ୍ଟ ହେବାକୁ ଯାଉଛି। ବର୍ତ୍ତମାନ ସୁସ୍ଥ ପରିବେଶ ଆଉ ନାହିଁ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇ ସମସ୍ତେ ନିଜ ଅଞ୍ଚଳରେ ଗଛ ଲଗାଇବା ସହ ଯତ୍ନ ନେବାର ସମୟ ଆସିଛି।

dgjdgjcncbnbn

ଝରିଗାଁ: ପୂର୍ବ ପୁରୁଷଙ୍କ ସୁନ୍ଦର ପୃଥିବୀ ନଷ୍ଟ ହେବାକୁ ଯାଉଛି। ବର୍ତ୍ତମାନ ସୁସ୍ଥ ପରିବେଶ ଆଉ ନାହିଁ। ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇ ସମସ୍ତେ ନିଜ ଅଞ୍ଚଳରେ ଗଛ ଲଗାଇବା ସହ ଯତ୍ନ ନେବାର ସମୟ ଆସିଛି। ‘ସମ୍ବାଦ’ ପକ୍ଷରୁ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ନରସିଂହ ଭତ୍ରା। 

ବିଧାୟକ ଶ୍ରୀ ଭତ୍ରା କହିଛନ୍ତି, ନିଜ ଉଦ୍ୟମରେ ନିର୍ବାଚନ ମଣ୍ଡଳୀରେ ୧୦ହଜାର ଗଛ ଲଗାଯିବ। ପରିବେଶର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଏବେ ବଡ଼ ଆହ୍ୱାନ ବୋଲି ଶ୍ରୀ ଭତ୍ରା କହିଛନ୍ତି। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗଦେଇ ଅମ୍ଳଜାନ ପାଇଁ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ତେଣୁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ପରିବେଶ ସୁରକ୍ଷା ପାଇଁ ସମୟ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟଘର ସଭାପତି ବୀରେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ପରିବେଶ ପଞ୍ଚାୟତ ଉପରେ ସଚେତନ କରିବା ସହ ଜଙ୍ଗଲ ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ହେଉଛି। ଫଳରେ ଜୈବ ବିବିଧତା ନଷ୍ଟ ହେବା ସହ ଜଙ୍ଗଲଜାତ ଦ୍ରବ୍ୟର ଅଭାବ ଦେଖାଦେଉଛି। ତେଣୁ ଚାରାରୋପଣ କରି ଜଙ୍ଗଲର ସୁରକ୍ଷା କରିବା ସହ ନୂତନ ପୃଥିବୀର ପରିକଳ୍ପନାକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ।

ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର ନିଜ ବକ୍ତବ୍ୟରେ ପରିବେଶ ଆମର ଅମୂଲ୍ୟ ସମ୍ପଦ। ମଣିଷର ଭୋଗ ବିଳାସ ଜୀବନ ପାଇଁ ପୃଥିବୀ ପୃଷ୍ଠରୁ ଜୀବଜନ୍ତୁ, ପଶୁପକ୍ଷୀ ସହ ପ୍ରାକୃତିକ ସମ୍ପଦ ମଧ୍ୟ ଲୋପ ପାଇବାକୁ ବସିଲାଣି। ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ପୁନଶ୍ଚ ପୃଥିବୀର ଆବଶ୍ୟକତା ରହିଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ଭଲ ପ୍ରୟାସ। ଶିକ୍ଷାନୁଷ୍ଠାନରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ସଚେତନ ହେବା ସହ ନିଜ ଅଞ୍ଚଳରେ ଚାରାରୋପଣ କଲେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ଲକ୍ଷ୍ୟ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଓଡ଼ିଆ ଅଧ୍ୟାପକ ଗୋପାଳ ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ ର ଝରିଗାଁ ବ୍ଲକ୍ ପ୍ରତିନିଧି ରମେଶ ପଟ୍ଟନାୟକ, କନକ ନ୍ୟୁଜ ପ୍ରତିନିଧି ନଳିନୀ ମିଶ୍ର, ସମାଜସେବୀ ପ୍ରଫୁଲ ପ୍ରଧାନୀ, ଗଣପତି ସାହୁ, ଗିରି ମାଝୀ, ସବ୍ୟସାଚୀ ଭରତିଆ, ଗିରି ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe