ସୁନ୍ଦରଗଡ଼: ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସୁନ୍ଦରଗଡ଼ ରଙ୍ଗାଢିପାସ୍ଥିତ ବରିଷ୍ଠ ନାଗରିକ ଦମ୍ପତ୍ତି ସୁନୀଳ କୁମାର ପଟ୍ଟନାୟକ (୬୩) ଓ ରଞ୍ଜିତା ପଟ୍ଟନାୟକ (୬୦) ନିଜ ଶରୀର ଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ବରର ଜାମୁକୋଳି ସ୍ଥିତ ପ୍ଲାଟିନମ୍ ପାରାଡାଇଜ୍ ଆପାର୍ଟମେଣ୍ଟ ପରିସରରେ ଅନୁଷ୍ଠିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ନିଜ ପଡୋଶୀ ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଅଙ୍ଗ ଏବଂ ଶରୀର ଦାନପତ୍ର ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ଏହି ଶରୀର ଦାନ ପରବର୍ତ୍ତୀ ପର୍ଯ୍ୟାୟରେ ଗଣ ଆନ୍ଦୋଳନର ରୂପ ନେବାରେ ପ୍ରେରଣା ସୃଷ୍ଟି କରୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ସାବିତ୍ରୀ ବ୍ରତ ଭଳି ପତିପତ୍ନୀଙ୍କ ପ୍ରେମ ଓ ସଂପର୍କର ପବିତ୍ର ଉତ୍ସବରେ ଏଭଳି କାର୍ଯ୍ୟ ପ୍ରତ୍ୟେକ ଦମ୍ପତ୍ତିଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ବାର୍ତ୍ତା ବୋଲି ମତପ୍ରକାଶ ପାଇଛି।
Follow Us