ରାମଚନ୍ଦ୍ରପୁର ଛକରେ ସିରିଜ ଦୁର୍ଘଟଣା

Advertisment
ରାମଚନ୍ଦ୍ରପୁର ଛକରେ ସିରିଜ ଦୁର୍ଘଟଣା

ରାମଚନ୍ଦ୍ରପୁର: ୨୦ ନମ୍ବର ଜାତୀୟ ରାଜପଥର ରାମଚନ୍ଦ୍ରପୁର ଥାନା ନିକଟରେ ଆଜି ମଧ୍ୟାହ୍ନରେ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ତିନିଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ରାମଚନ୍ଦ୍ରପୁର ଥାନା ସମ୍ମୁଖ ରାସ୍ତାକଡ଼ରେ ଆଜି ସକାଳୁ ଏକ ୧୨ ଚକିଆ ଟ୍ରକ୍‌ ବ୍ରେକ୍‌ଡାଉନ୍‌ ହୋଇ ଠିଆ ହୋଇଥିଲା। ମଧ୍ୟାହ୍ନରେ ଏକ ପ୍ଲାଷ୍ଟିକ ଦନା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଆସି ଟ୍ରକ୍‌ ପଛରେ ପିଟି ହୋଇ ରାସ୍ତାରେ ଓଲଟି ପଡ଼ିଥିଲା।

ଏହି ସମୟରେ ପଛରେ ଆସୁଥିବା ଏକ ୧୪ ଚକିଆ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପିକ୍‌ଭ୍ୟାନ୍‌ରେ ଧକ୍କା ହେବାରୁ ରାସ୍ତାଟି ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା। ଘଣ୍ଟାଏ ଧରି ରାସ୍ତାରେ ଗା‌ଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାମଚନ୍ଦ୍ରପୁର ପୁଲିସ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହଯୋଗରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଗୁଡ଼ିକୁ ହଟାଇବା ପରେ ରାସ୍ତାରେ ଗାଡ଼ିମୋଟର ଚଳାଚଳ ସ୍ବଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe