ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଚାଞ୍ଚଲ୍ୟକର ମୋଡ଼: ପୀଡ଼ିତାଙ୍କ ବୟାନ ରେକର୍ଡ

Advertisment

ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼। କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଦଳ ଦିଲ୍ଲୀ ଏମ୍‌ସରେ ଏକଘଣ୍ଟା ଧରି ପଚରାଉଚରା କରି ବୟାନ ରେକର୍ଡ କଲାବେଳେ ପୀଡ଼ିତା ସତ୍ୟ ଉଗାରି ଦେଇଛନ୍ତି।

ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼। କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଦଳ ଦିଲ୍ଲୀ ଏମ୍‌ସରେ ଏକଘଣ୍ଟା ଧରି ପଚରାଉଚରା କରି ବୟାନ ରେକର୍ଡ କଲାବେଳେ ପୀଡ଼ିତା ସତ୍ୟ ଉଗାରି ଦେଇଛନ୍ତି।

Balanga
ପୁରୀ: ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼। କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଦଳ ଦିଲ୍ଲୀ ଏମ୍‌ସରେ ଏକଘଣ୍ଟା ଧରି ପଚରାଉଚରା କରି ବୟାନ ରେକର୍ଡ କଲାବେଳେ ପୀଡ଼ିତା ସତ୍ୟ ଉଗାରି ଦେଇଛନ୍ତି। ଘଟଣା ପଛର ରହସ୍ୟକୁ ଖୋଦ୍‌ ପୁଲିସ ମୁଖିଆ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ କରିବାକୁ ଯୋଜନା କରିଛନ୍ତି। ଏଣୁ କେହି କିଛି ଏ ବାବଦରେ ମୁହଁ ଖୋଲୁନାହାନ୍ତି। ତେବେ ଘଟଣାର କାରଣକୁ ନେଇ ଆଜି ପର୍ଯ୍ୟନ୍ତ ଯାହା ଚର୍ଚ୍ଚା ହେଉଛି ତାହା ସତ୍ୟଠାରୁ ବା ବାସ୍ତବ କାରଣଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଯେଉଁ କାରଣ ଏହା ପଛରେ ରହିଛି, ତାହା ଏ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। କିନ୍ତୁ ଦ୍ବିତୀୟ ଦିନରୁ ପୁଲିସ ସନ୍ଦେହ କରି ସେ ଦିଗରେ ତଦନ୍ତ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। 
ଖୁବ୍‌ଶୀଘ୍ର ଉନ୍ମୋଚନ ହେବ ଘଟଣା ପଛର ସତ୍ୟ
ଆଜି ପର୍ଯ୍ୟନ୍ତ ଚର୍ଚ୍ଚା ହେଉଥିବା ପ୍ରସଙ୍ଗ ହେଉଛି, ତିନିଜଣ ଯୁବକ ଏକ ବାଇକ୍‌ରେ ଆସି ନାବାଳିକା ରାସ୍ତାରେ ଯାଉଥିବା ବେଳେ ତାଙ୍କୁ କିରାସିନି ପକାଇ ପୋଡ଼ି ଦେଇଥିଲେ। ଜୀବନ ବଞ୍ଚାଇ ଦଉଡ଼ି ଦଉଡ଼ି ପାଖରେ ଥିବା ଦୁଃଖୀଶ୍ୟାମଙ୍କ ଘରେ ପୀଡ଼ିତା ପହଞ୍ଚିଥିଲେ। ତିନିଜଣ ଯୁବକଙ୍କୁ ଆଉ କେହି ଦେଖିନାହାନ୍ତି। ବରଂ ଦୁଇଦିନ ପରେ ଦୁଃଖୀଶ୍ୟାମଙ୍କୁ ଯେଉଁମାନେ ଧମକ ଦେଲେ ସେମାନେ ମଧ୍ୟ ତିନିଜଣ; ମୁହଁ ବାନ୍ଧିଥିଲେ ଓ ବାଇକ୍‌ରେ ଆସିଥିଲେ। ତାହା ପୁଣି ରାତି ୨ଟା ୩୫ରେ। ସେମାନଙ୍କୁ ମଧ୍ୟ ଅନ୍ୟ କେହି ଦେଖିନାହାନ୍ତି। ଏହା ବାଦ୍‌ ଅନ୍ୟ କୌଣସି ଚର୍ଚ୍ଚା ଏହି ଘଟଣାରେ ପଦାକୁ ଆସିନାହିଁ। ତିନିଜଣ ଯୁବକ କାହିଁକି ଆକ୍ରମଣ କରିବେ ବୋଲି ପ୍ରଶ୍ନ ଉଠିବାରୁ ପୁଲିସ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହୋଇଥାଇପାରେ ବୋଲି ସନ୍ଦେହ କରୁଥିଲା। କିନ୍ତୁ ଏବେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିବାକୁ ଯାଉଛି ବା ଏହି ଘଟଣା ପଛର କାରଣ ଭାବରେ ଉଭା ହେବାକୁ ଯାଉଛି, ତାହା ଏହି ଚର୍ଚ୍ଚାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ବିପରୀତ। ଘଟଣାସ୍ଥଳରୁ ମିଳିଥିବା ମୁଦି, ଚୁଡ଼ି ଏହି ଘଟଣାରେ କୌଣସି ମାନେ ରଖେନାହିଁ। ଏହା ପଛରେ କେହି ଭାବିନଥିବା ଭଳି କାରଣ ରହିଛି ବୋଲି ସମ୍ପୃକ୍ତ ପୁଲିସ ଅଫିସର କହିଛନ୍ତି। ଏଣୁ କ’ଣ ହୋଇପାରେ ଏହି ଘଟଣା ପଛର ରହସ୍ୟ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସ୍ବତନ୍ତ୍ର ଟିମ୍‌ରେ କ୍ରାଇମ୍‌ବ୍ରାଞ୍ଚର ଦୁଇଜଣ ଅଧିକାରୀଙ୍କ ସହ ଜଣେ ମାଜିଷ୍ଟ୍ରେଟ୍‌ ରହିଥିଲେ ଏବଂ ଜଣେ ଭିଡିଓଗ୍ରାଫର ଏହି ଜେରାକୁ ରେକର୍ଡ କରିଥିଲେ। ଗତକାଲି ଅପରାହ୍ଣ ୪ଟାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସେଠାରେ ଥିବା ପୀଡ଼ିତାଙ୍କ ବାପାଙ୍କ ସହ ମଧ୍ୟ ଟିମ୍‌ ଆଲୋଚନା କରିଥିଲା। ଖୁବ୍‌ଶୀଘ୍ର ପୀଡ଼ିତାଙ୍କ ମା’ ଦିଲ୍ଲୀ ଯାଇପାରନ୍ତି ବୋଲି ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe