ଜିଲ୍ଲା ଦାବି ନେଇ ଟିଟିଲାଗଡ଼ରେ ବନ୍ଦ ପାଳନ: ୧୨ ଘଣ୍ଟିଆ ବନ୍ଦକୁ ସବୁ ମହଲରୁ ସମର୍ଥନ

ଜିଲ୍ଲା ଦାବି ନେଇ ଟିଟିଲାଗଡ଼ରେ ବନ୍ଦ ପାଳନ: ୧୨ ଘଣ୍ଟିଆ ବନ୍ଦକୁ ସବୁ ମହଲରୁ ସମର୍ଥନ

ଟିଟିଲାଗଡ଼: ଟିଟିଲାଗଡ଼ ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ଦେଇଥିବା ଆଜି ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ଏହାକୁ ସହରର ସବୁ ମହଲରୁ ସ୍ୱାଗତ କରାଯିବା ସହ ବିପୁଳ ସମର୍ଥନ ମିଳିଥିଲା। ସିନ୍ଧେକେଲା ଓ ମୁରିବାହାଲଠାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ହଳଦୀ ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯କୁ ଅବରୋଧ କରାଯାଇ ବନ୍ଦ ପାଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସିନ୍ଧେକେଲା ବଣିକ ସଂଘ ଟିଟିଲାଗଡ଼ ଜିଲ୍ଲା ଦାବିକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବ୍ୟବସାୟୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଦୋକାନ, ବଜାର ବନ୍ଦ ରଖିଥିଲେ। କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁ ଓ ଯୁଗ୍ମ ଆବାହକ ମହେଶ ମହାନ୍ତିଙ୍କ ଆହ୍ୱାନରେ ବିଜେପି, କଂଗ୍ରେସ ଦଳର ସଦସ୍ୟ ଓ ସ୍ଥାନୀୟ ଗରିବ ସେନା, ବିକାଶ ସେନା, ଆଇନଜୀବୀ, ସାମାଜିକ ଅନୁଷ୍ଠାନର ପ୍ରତିନିଧି ରାଜରାସ୍ତାକୁ ଓହ୍ଲାଇ ବନ୍ଦ ପାଳନରେ ସହଯୋଗ କରିଥିଲେ। ବିକାଶ ସେବା ପକ୍ଷରୁ ସଭାପତି ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ବାଇକ୍‌ ରାଲି ନଗର ପରିକ୍ରମା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe