ବାରିପଦାରୁ ଗଡ଼ିଲା ସ୍ୱତନ୍ତ୍ର ୟୁପିଏସସି ପରୀକ୍ଷା ଟ୍ରେନ୍

Advertisment

୧୧ ଜଣ ପରୀକ୍ଷାର୍ଥୀ କଟକ ଗଲେ, ପରୀକ୍ଷାର୍ଥୀଙ୍କର କରାଗଲା ଥର୍ମାଲ୍ ସ୍କ୍ରିନିଂ

୧୧ ଜଣ ପରୀକ୍ଷାର୍ଥୀ କଟକ ଗଲେ, ପରୀକ୍ଷାର୍ଥୀଙ୍କର କରାଗଲା ଥର୍ମାଲ୍ ସ୍କ୍ରିନିଂ

ବାରିପଦାରୁ ଗଡ଼ିଲା ସ୍ୱତନ୍ତ୍ର ୟୁପିଏସସି ପରୀକ୍ଷା ଟ୍ରେନ୍

ବାରିପଦା : ୟୁପିଏସସି ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ଆଜି ବାରିପଦାରୁ ସ୍ୱତନ୍ତ୍ର ପରୀକ୍ଷା ଟ୍ରେନ୍ କଟକ ଅଭିମୁଖେ ଯାତ୍ରା କରିଛି। ବାରିପଦା ଷ୍ଟେସନରୁ ଠିକ୍ ଅପରାହ୍ନ ୫ଟାରେ ଏହି ଟ୍ରେନ୍ ଛାଡ଼ିଥିଲା। ୧୧ଜଣ ପରୀକ୍ଷାର୍ଥୀ ଏହି ଗାଡିରେ କଟକ ଅଭିମୁଖେ ଯାତ୍ରା କରିଥିଲେ।

publive-image

୧୬ଟି ବଗି ବିଶିଷ୍ଟ ଏହି ଗାଡିରେ ଚଢ଼ିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବା ସହିତ ବିଶୋଧନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହି ଟ୍ରେନ୍‌ର ସମସ୍ତ ବଗିଗୁଡ଼ିକ ପୂର୍ବରୁ ବିଶୋଧନ କରାଯାଇଥିବା ବାରିପଦା ଷ୍ଟେସନ ଇନ୍‌ଚାର୍ଜ ଶୁଭେନ୍ଦୁ ଦାଶ ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷାର୍ଥୀଙ୍କ ନିମନ୍ତେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏକ ଟିମ୍ ଆସି ଷ୍ଟେସନରେ ସଜାଗ ରହିଥିଲା। ଆସନ୍ତାକାଲି ରାତି ସାଢ଼େ୧୧ଟାରେ ଏହି ଟ୍ରେନ୍ କଟକରୁ ପୁନର୍ବାର ପରୀକ୍ଷାର୍ଥୀଙ୍କୁ ଧରି ବାରିପଦା ଫେରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe