ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି: ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରବିବାର ସକାଳେ ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି....

A stampede-like situation in Sharadhabali: 3 devotees die

A stampede-like situation in Sharadhabali: 3 devotees die Photograph: (sambad.in)

ପୁରୀ: ରବିବାର ପ୍ରତ୍ୟୁଷରେ ପୁରୀର ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ। ମୃତକମାନେ ହେଲେ ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସ। 

ସୂଚନା ଅନୁଯାୟୀ, ରବିବାର ଥିବାରୁ ଆଜି ଭୋର ପ୍ରାୟ ୪ଟା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ  ପାଇଁ ଭିଡ଼ ଜମାଇଥିଲେ। ଅତ୍ୟଧିକ ଭିଡ଼ ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଯୋଗୁ ରଥ ନିକଟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଚାରମାଳ କାଠ ବୋଝେଇ ଏକ ଟ୍ରକ୍ ହଠାତ୍ ଭିଡ଼ ଭିତରକୁ ପଶିଯାଇଥିଲା। ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଘଟଣା ସମୟରେ ୫୦୦ ରୁ ଅଧିକ ଶ୍ରଦ୍ଧାଳୁ ପ୍ଲାଷ୍ଟିକ୍ ଦରି ଉପରେ ବସିଥିବା ବେଳେ ଏହି ଅଘଟଣ ଘଟିଥିଲା। ଫଳରେ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘ଏହି ଘଟଣାରେ ମୁଁ ମର୍ମାହତ। ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି।’

ଏସମ୍ପର୍କରେ ଡିଜିପି ୱାଇବି ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖୁରାନିଆ ସକାଳେ ପୁରୀ ଗସ୍ତ କରି ବ୍ୟକ୍ତିଗତ ଭାବରେ ପରିସ୍ଥିତିର ସମୀକ୍ଷା କରିଛନ୍ତି।

puri | Saradhabali

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe