କୂଅ ଭିତରେ ପଥର ବିସ୍ଫୋରଣ, ଜଣେ ମୃତ

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ରତନପୁର ଗ୍ରାମରେ ଖୋଳା ଯାଉଥିବା ଏକ କୂଅ ଭିତରେ ପଥର ବିସ୍ଫୋରଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୂଇଁ ଗ୍ରାମର ସୁରେନ୍ଦ୍ର ବଗର୍ତ୍ତି(୩୦) ବୋଲି ଜଣାପଡ଼ିଛି।

ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ବାଣୀଭୂଷଣପୁର ପଞ୍ଚାୟତ ଠିଡ଼କାଜୋର ଗ୍ରାମର ସୁମନ୍ତ ସାହୁ ରତନପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କର କୂଅ ଖୋଳିବାକୁ ମୂଲିଆ ଭାବେ କାମ କରିବା ପାଇଁ ସୁରେନ୍ଦ୍ର ବଗର୍ତ୍ତିଙ୍କୁ ନେଇଥିଲେ। ଶୁକ୍ରବାର ଏହି କୂଅ ଭିତରେ ପଥର ବିସ୍ଫୋରଣ ପାଇଁ ୩ଟି ଡିନାମାଇଟ ଲଗାଯାଇଥିଲା। ତେବେ ସେଥିରୁ ୨ଟି ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ବିସ୍ଫୋରଣ ହୋଇପାରି ନଥିଲା। ବହୁ ସମୟ ଅପେକ୍ଷା କରିବା ପରେ କାହିଁକି ବିସ୍ଫୋରଣ ହୋଇ ନାହିଁ ବୋଲି ଦେଖିବାକୁ ସୁମନ୍ତଙ୍କ କହିବା ଅନୁଯାୟୀ ସୁରେନ୍ଦ୍ର ଅପରାହ୍‌ଣ ୪.୩୦ମି‌.ରେ କୂଅ ଭିତରକୁ ପଶିଥିଲେ।

କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ କୂଅ ଭିତରେ ପଶିଥିବା ବେଳେ ହଠାତ ତାହା ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ପାଇବା ପରେ ପୁରୁଣାକଟକ ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରୁ ସୁମନ୍ତ ସମେତ କାମରେ ନିୟୋଜିତ ସମସ୍ତ ଶ୍ରମିକ ସେଠାରୁ ଫେରାର ମାରିଛନ୍ତି। ବିନା ସୁରକ୍ଷା ଉପକରଣରେ ବିପଦ୍‌ଜନକ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ଲାଷ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସିପିଆଇ ନେତା ଅବକାଶ ସାହୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe