ଜୁଡ଼ିଆ ଘାଟିରେ ପୁଣି ଖସିଲା ପଥର

Advertisment
ଜୁଡ଼ିଆ ଘାଟିରେ ପୁଣି ଖସିଲା ପଥର

କେନ୍ଦୁଝର: ଚାରିଲେନ୍‌ ରାସ୍ତା ପାଇଁ ପାହାଡ଼ କଟାଯିବା ପରେ ଜୁଡ଼ିଆଘାଟି ଅସୁରକ୍ଷିତ ହୋଇପଡ଼ିଛି। ବର୍ଷା ଲାଗି ରହିଲେ ପାହାଡ଼ରୁ ପଥର ଖସୁଛି। ଆଜି ଏକ ବିରାଟ ପଥର ଖରି ରାସ୍ତା ଉପରେ ପଡ଼ିଥିଲା। ଏହି ସମୟରେ କେହି ଯାତାୟାତ କରୁନଥିବାରୁ କୌଣସି ଅଘଟଣ ଘଟି ନାହିଁ। ତେବେ ରାସ୍ତା ଉପରେ ପଥର ପଡ଼ିବା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥ କିଛି ସମୟ ପାଇଁ ଅବରୋଧ ହୋଇଥିଲା। ପରେ ଏନ୍‌ଏଚ୍‌ଏଆଇର ଉଦ୍ଧାରୀକାରୀ ଦଳ ପହଞ୍ଚି ରାସ୍ତାରୁ ପଥର ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

‌ତେବେ ଜୁଡ଼ିଆ ଘାଟିରେ ବାରମ୍ବାର ପଥର ଖଣ୍ଡ ଖସୁଥିବାରୁ ସାନଘାଗରା ଏବଂ ଏହି ରାସ୍ତା ଦେଇ ଯାଉଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ପାହାଡ଼ କାଟିବା ସମୟରେ ଘାଟିର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥିବାରୁ ବାରମ୍ବାର ଏଭଳି  ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏନ୍‌ଏଚ୍‌ଏଆଇ ଏ ଦିଗରେ ତୁରନ୍ତ ପଦ‌କ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe