ଇବନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ପଞ୍ଚପଡ଼ାରେ ଥିବା ଇବ ନଦୀ ଘାଟରେ ରବିବାର ଅପରାହ୍‌ଣରେ ଜଣେ କଲେଜ ପଢୁଆ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ମୃତ ଛତ୍ରଙ୍କ ନାମ କ୍ରିଷ୍ଣା ସାହୁ (୧୭) ହୋଇଥିବା ବେଳେ ସେ କୌଣସି ଏକ କଲେଜରେ +୨ରେ ପଢୁଥିବା ଜଣାପଡ଼ିଛି।

ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିବା ପୁଲିସ କହିଛି। ଦମକଳ ବାହିନୀ ଓ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ସୋମବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe