Advertisment

‘ଗୌରବ’ର ସଫଳ ପରୀକ୍ଷଣ

Advertisment
‘ଗୌରବ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ପରିସରରୁ ଆଜି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ଗ୍ଲାଇଡ୍‌ ବୋମା ‘ଗୌରବ’ର ବିମାନ ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ ଏବଂ ଭାରତୀୟ ବାୟୁସେନା(ଆଇଏଏଫ୍‌) ମିଳିତ ଉଦ୍ୟମରେ ଏହି ପରୀକ୍ଷଣ କରାଯାଇଥିଲା। ତେବେ ୧୦୦୦ କିଲୋଗ୍ରାମର ଏହି ଦୂରଗାମୀ ଗ୍ଲାଇଡ୍‌ ବୋମା ଭାରତୀୟ ବାୟୁ ସେନା(ଆଇଏଏଫ୍‌)ର ଯୁଦ୍ଧ ବିମାନ ସୁଖୋଇ-୩୦ରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟରେ ଧାମରା ସ୍ଥିତ ହ୍ବିଲର ଦ୍ବୀପରେ ଥିବା ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ଉଡ଼ାଣ ଏବଂ ପ୍ରଦର୍ଶନକୁ ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ

ଅପ୍ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ (ଇଓଟିଏସ୍‌), ଟେଲିମେଟ୍ରି ଏବଂ ରାଡାର ସମେତ ବହୁ ରେଞ୍ଜ ସେନ୍‌ସର ଦ୍ୱାରା ତଦାରଖ କରାଯାଇଥିଲା। ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକମାନେ ଏହି ପରୀକ୍ଷଣର ତଦାରଖ କରିଥିଲେ। ହାଇଦ୍ରାବାଦସ୍ଥିତ ଡିଆର୍‌ଡିଓ ରିସର୍ଚ୍ଚ ସେଣ୍ଟର ଇମାରତ(ଆର୍‌ସିଆଇ) ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ଏହି ଦୂରଗାମୀ ଗ୍ଲାଇଡ୍‌ ବୋମାର ଡିଜାଇନ୍‌ ପ୍ରସ୍ତୁତ ହେବା ସହ ବିକଶିତ ହୋଇଛି। ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆର୍‌ଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ଡିଆର୍‌ଡିଓ, ଆଇଏଏଫ୍‌ ଏବଂ ଏହି ପରୀକ୍ଷଣ ସହ ଜଡ଼ିତ ଅନ୍ୟ ଟିମ୍‌କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି। ସଶସ୍ତ୍ର ବାହିନୀର ଦକ୍ଷତାକୁ ଏହା ଆହୁରି ଆଖିଦୃଶିଆ କରିବା ପାଇଁ ସେ ଏହାକୁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe