ପୁରୀ: ଆଜି ପୁରୀ ମାଟିଆପଡ଼ା ଛକ ନିକଟରେ ଖଣ୍ଡଧାରୀ ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି। ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ହାଣିଛନ୍ତି। ପ୍ରଥମେ ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖବର ପାଇ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଆହତ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ନାହିଁ ବୋଲି ପ୍ରତିକ୍ରିୟା ଆସିବାରୁ ପୁଲିସ ଏବେ ଚିନ୍ତାରେ ପଡ଼ିଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ପରବର୍ତ୍ତୀ ସମୟରେ ବିସ୍ଫୋରକ ସ୍ଥିତି ଉପୁଜିବା ଆଶଙ୍କା କରି ପୁଲିସ ଘଟଣା ଉପରେ କଡ଼ା ନଜର ରଖିଛି। ସେପଟେ ଆସନ୍ତାକାଲି ପଙ୍କୋଦ୍ଧାର ଏକାଦଶୀ ଥିବାରୁ ପୁଲିସ ଲୋକନାଥ ମନ୍ଦିରରେ ସୁରକ୍ଷା ପରିଚାଳନାରେ ବ୍ୟସ୍ତ ରହିଛି। ତେଣୁ ତଦନ୍ତରେ ବାଧା ଉପୁଜିବା ଆଙ୍କା ରହିଛି।
ଆହତଙ୍କ ପରିବାର କହିଲେ ଏତଲା ଦେବେ ନାହିଁ, ପୁଲିସର ବଢ଼ିଲା ଚିନ୍ତା
ଖବର ନେବାରେ ଜଣାପଡ଼ିଛି, ଆଜି ମାଟିଆପଡ଼ା ଛକର ରବି ଗୋଚ୍ଛାୟତଙ୍କ ପୁଅ ରଞ୍ଜିତ ଗୋଚ୍ଛାୟତ ଓ ରାକେଶ କୁମାର ବାରିକ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଖରେ ବସି କଥାବାର୍ତ୍ତା ହେଉଥିଲେ। ସେଠାରେ ରାମଚଣ୍ଡି ସାହି ବାଲିଉପର ବସ୍ତିର ତିନିଜଣ ଯୁବକ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ରାକେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖଣ୍ଡାରେ ଆକ୍ରମଣ କରିବାରୁ ରାକେଶ ଗୁରୁତର ଆହତ ହୋଇଥିବା ବେଳେ ସେଠାରେ ଥିବା ରଞ୍ଜିତ ମଧ୍ୟ ଆହତ ହୋଇଥିଲେ।
Drinking Water: ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା
ଲୋକେ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଳବଣିଆ ଥାନା ଏବଂ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ଆହତଙ୍କ ସମର୍ଥିତ ଗୋଷ୍ଠୀ ଉତ୍ତେଜିତ ଅବସ୍ଥାରେ ରହିଥିବା ବେଳେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯିବ ନାହିଁ ବୋଲି ପୁଲିସକୁ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଏହାକୁ ନେଇ ପୁଲିସ ଏବେ ଚିନ୍ତାରେ। ଅବଶ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ମାତ୍ର ଅନ୍ୟ ଦୁର୍ବୃତ୍ତ ଟ୍ରେନ୍ରେ ପୁରୀ ଛାଡ଼ି ପଳାଇବୋ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।
Follow Us