ପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ କଲେ ବିଶେଷଜ୍ଞ ଦଳ

ପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ କଲେ ବିଶେଷଜ୍ଞ ଦଳ

ରସୁଲପୁର : ରସୁଲପୁର ବ୍ଲକ୍ ଛକ ନିକଟ ଓରାଳିଠାରେ ଗତ ୧୮ ତାରିଖ ସକାଳେ ଜାତୀୟ ରାଜପଥରେ ଏକ ପୋଲ ଭୁଶୁଡି ପଡ଼ିଥିଲା। ଏହାର ପ୍ରତିବାଦରେ ଗତକାଲି ବିଜେଡି ପକ୍ଷରୁ ପୋଲ ଭୁଶୁଡ଼ିବା ସ୍ଥାନରେ ଗଣଧାରଣା ଦିଆଯାଇଥିଲା। ଶନିବାର ଅପରାହ୍‌ଣରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୩ ଜଣିଆ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଆସି ପୋଲ ଭାଙ୍ଗିବାର କାରଣ ତଥା କ୍ଷୟକ୍ଷତି ଯାଞ୍ଚ କରିଥିଲେ।

ଏନଏଚ୍‌ଏଆଇର ପ୍ରକଳ୍ପ ନିର୍ଦେଶକ (ଚଣ୍ତିଖୋଲ) ଜେପି ବର୍ମାଙ୍କ ନେତୃତ୍ବରେ କୋଲକାତା ଓ ଦିଲ୍ଲୀରୁ ଦୁଇଜଣ ବିଶେଷଜ୍ଞ ଏସ୍‌କେ ଶର୍ମା ଓ ଆଲୋକ ପାଣ୍ଡେ ଘଟଣାସ୍ଥଳକୁ ଆସି ଯାଞ୍ଚ କରିଥିଲେ। ପୋଲର ଭାଙ୍ଗି ଯାଇଥିବା ଅଂଶ, ବ୍ୟବହାର ହୋଇଥିବା ଲୁହାରଡ୍ ଆଦିକୁ ବିଶେଷଜ୍ଞମାନେ ଅନୁଧ୍ୟାନ କରିଥିଲେ। ଅନୁସନ୍ଧାନ ଶେଷ ହେବା ପରେ ପୋଲ ଭୁଶୁଡ଼ିବାର କାରଣ ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ପୋଲ ଭୁଶୁଡ଼ିବାର କାରଣ ଜଣାପଡ଼ିବ ବୋଲି ସେମାନେ ମତ ଦେଇଥିଲେ। ସେହି ଅନୁସାରେ ଯଥାଶୀଘ୍ର ଏହାର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe