ମୟୂରଭଞ୍ଜରେ ତ୍ରିମୁଖୀ ଲଢ଼େଇ, କେନ୍ଦ୍ରାପଡ଼ାରେ କଡ଼ା ମୁକାବିଲା

ମୟୂରଭଞ୍ଜରେ ତ୍ରିମୁଖୀ ଲଢ଼େଇ, କେନ୍ଦ୍ରାପଡ଼ାରେ କଡ଼ା ମୁକାବିଲା

ଭୁବନେଶ୍ବର: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜୁନ୍ ୧ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂପୁର ଆଦି ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ନିର୍ବାଚନ ମତଦାନ ଅନୁଷ୍ଠିତ ହେବ।

ମୟୂରଭଞ୍ଜରେ ଏସଟି ଲୋକସଭା ଆସନରେ ଜେଏମଏମ୍‌ର ଅଞ୍ଜନି ସୋରେନ, ବିଜେପିର ନବ ଚରଣ ମାଝୀ ଏବଂ ବିଜେଡିର ସୁଦାମ ମାରାଣ୍ଡିଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଜାରି ରହିଛି।

ସେହିପରି କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସର ସିଦ୍ଧାର୍ଥ ସ୍ବରୂପ ଦାସ, ବିଜେପିର ବୈଜୟନ୍ତ ପଣ୍ଡା ଏବଂ ବିଜେଡିର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ଏହି ଆସନରେ ବିଜୟୀ ହେବାକୁ ବିଜେପି ତଥା ବିଜେଡି ନିଜର ସମସ୍ତ ବଳ ପ୍ରୟୋଗ କରୁଛନ୍ତି। ଅପରପକ୍ଷରେ କଂଗ୍ରେସ ନିଜର ପ୍ରଚାର ଜୋରଦାର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe