ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ: ଜଣେ ଗିରଫ

Advertisment
ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ: ଜଣେ ଗିରଫ

ଦେବଗଡ଼ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘ ଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବରଘାଟ ଗ୍ରାମରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ଦେବଗଡ଼ ବନ ବିଭାଗ ସହଯୋଗରେ ବରଘାଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ୧ କେଜି ୭୭୦ ଗ୍ରାମ ଜୀବନ୍ତ ବଜ୍ରକାପ୍ତା କାତି ଜବତ କରାଯାଇଥିବା ଜଣାପଡ଼ିଛି। ତେବେ ଉକ୍ତ ସାମଗ୍ରୀ ଜବତ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଦେବଗଡ଼ ବନବିଭାଗ ସହାୟତାରେ ଅଭିଯୁକ୍ତ ମଦନ କୁମାର ଜୟପୁରାକୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe