୬୫୦ ଜଣଙ୍କ ନାଁରେ ୧୦୭ ମାମଲା ରୁଜୁ: ଜାମିନ ପାଇଁ ତହସିଲରେ ଭିଡ଼

Advertisment
୬୫୦ ଜଣଙ୍କ ନାଁରେ ୧୦୭ ମାମଲା ରୁଜୁ: ଜାମିନ ପାଇଁ ତହସିଲରେ ଭିଡ଼

ବରୀ: ଚଳିତ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ବରୀ ପୁଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଗୋଇନ୍ଦା ବିଭାଗ ସୂଚନା ଓ ବରୀ ପୁଲିସ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ୬୫୦ ଜଣଙ୍କ ନାଁରେ ୧୦୭ ମାମଲା ରୁଜୁ ହୋଇଛି। କିଛି ଲୋକଙ୍କ ନାମରେ ପୂର୍ବ ନିର୍ବାଚନ ସମୟରେ ଥିବା ମାମଲା ତଥା କିଛି ନୂତନ ବ୍ୟକ୍ତି ଯେଉଁମାନେ ଚଳିତ ନିର୍ବାଚନରେ ଶାନ୍ତି ଭଙ୍ଗ କରିବାର ଆଶଙ୍କା ଥିବାରୁ ସେମାନଙ୍କ ନାମରେ ବରୀ ଥାନା ଅଧିକାରୀ କାବୁଲି ବାରିକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ବରୀ ବ୍ଲକର ୨୯ ଟି ପଞ୍ଚାୟତରୁ ପର୍ଯ୍ୟାୟକ୍ରମେ ୬୫୦ ଜଣଙ୍କ ନାମରେ ମାମଲା ରଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତାଲିକାରେ ଥିବା କିଛି ବ୍ୟକ୍ତି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେପରି ଅମଠପୁରର ସୁବାସ ଦାସ ଜଣେ ଚାଷୀ ଏବଂ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିନଥିବା ବେଳେ ପୂର୍ବରୁ ମଧ୍ୟ ତାଙ୍କ ନାମରେ କୌଣସି ନିର୍ବାଚନୀ ମାମଲା ନାହିଁ। ଚଳିତ ବର୍ଷ ତାଙ୍କ ନାମରେ ୧୦୭ ମାମଲା ରୁଜୁ କରାଯାଇଥିବା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପୂର୍ବରୁ ମାମଲା ଥିବା ବ୍ୟକ୍ତିଙ୍କ ନାଁ ଏହି ତାଲିକାରେ ରହିବା ଯଥାର୍ଥ ମାତ୍ର ଯିଏ କୌଣସି ମାମଲାରେ ସଂପୃକ୍ତ ନାହାନ୍ତି ତାଙ୍କୁ ବିଶୃଙ୍ଖଳିତ ବ୍ୟକ୍ତି ଭାବେ ପୁଲିସ କେଉଁ ଆଧାରରେ ଚିହ୍ନଟ କରିଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ଏହି ତାଲିକା ଆସିବା ପରେ ଆଜି ଜାମିନ୍ ହେବା ପାଇଁ ବରୀ ତହସିଲରେ ଲୋକମାନଙ୍କର ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe