ପ୍ରେମ ବିବାହର କରୁଣ ପରିସ୍ଥିତି: ଯୌତୁକରେ ଡିଜେ ଗାଡ଼ି ନ ଦେବାରୁ ନବବଧୂଙ୍କ ମୁହଁରେ ତକିଆ ପକାଇ ହତ୍ୟା

Advertisment

ଯୌତୁକ ପାଇଁ ମେଡିକାଲ ବେଡ଼ରେ ଚିରନିଦ୍ରାରେ ଶୋଇ ପଡିଛନ୍ତି ଆଉ ଜଣେ ନବବଧୂ।‌ ଆଉ ବେଡ଼ ଚାରିପଟେ ଦେଖିବାକୁ ମିଳିଛି ତାଙ୍କ ବାପା,ମା ଏବଂ ଆତ୍ମିୟଙ୍କ କାନ୍ଦ ବୋବାଳିର କରୁଣ ଚିତ୍କାରର ଦୃଶ୍ୟ...

ଯୌତୁକ ପାଇଁ ମେଡିକାଲ ବେଡ଼ରେ ଚିରନିଦ୍ରାରେ ଶୋଇ ପଡିଛନ୍ତି ଆଉ ଜଣେ ନବବଧୂ।‌ ଆଉ ବେଡ଼ ଚାରିପଟେ ଦେଖିବାକୁ ମିଳିଛି ତାଙ୍କ ବାପା,ମା ଏବଂ ଆତ୍ମିୟଙ୍କ କାନ୍ଦ ବୋବାଳିର କରୁଣ ଚିତ୍କାରର ଦୃଶ୍ୟ...

A tragic love marriage: kills a newlywed by pillow over her face for not giving DJ vehicle as dowry

A tragic love marriage: kills a newlywed by pillow over her face for not giving DJ vehicle as dowry Photograph: (sambad.in)

ଭଦ୍ରକ: ଯୌତୁକ ପାଇଁ ମେଡିକାଲ ବେଡ଼ରେ ଚିରନିଦ୍ରାରେ ଶୋଇ ପଡିଛନ୍ତି ଆଉ ଜଣେ ନବବଧୂ।‌ ଆଉ ବେଡ଼ ଚାରିପଟେ ଦେଖିବାକୁ ମିଳିଛି ତାଙ୍କ ବାପା,ମା ଏବଂ ଆତ୍ମିୟଙ୍କ କାନ୍ଦ ବୋବାଳିର କରୁଣ ଚିତ୍କାରର ଦୃଶ୍ୟ। ଯେମିତି ଏହା ଥିଲା ନବବଧୂଙ୍କ ପ୍ରେମ ଵିଵାହ ହେବାର ଶେଷ ପରିଣତି।  

ବିବାହର ପ୍ରଥମ ବର୍ଷ ଠାରୁ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା। ସେବେଠାରୁ ଦୀର୍ଘ ୩ ବର୍ଷ ଧରି ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଥିଲେ ନବବଧୂ। ଭଲ ପାଇ ଵିଵାହ କରି ଥିଲେ ମଧ୍ୟ  ଯୌତୁକ ବାବଦକୁ ଝିଅର ବାପଘର ଲୋକେ ଧୀରେ ଧୀରେ ସୁନା ଗହଣା ସହିତ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ।

ଶେଷରେ ଡିଜେ ଗାଡି ବାବଦରେ ଯୌତୁକ ପାଇଁ ନବବଧୂଙ୍କ ମୁହଁରେ ତକିଆ ପକାଇ ଶାଶୁ,ଶ୍ବଶୁର, ସ୍ଵାମୀ ମାରି ଦେଇ ବୋହୂ ନିଜେ ନିଜ ଜୀବନ ଦେଇଥିବାର ରୂପ ଦେଇ ଝିଅର ମୃତ ଦେହକୁ ଚାନ୍ଦବାଲି ମେଡିକାଲରେ ଛାଡ଼ି ଶ୍ବଶୁର ଘର ଲୋକେ ଫେରାର ହୋଇ ଯାଇଥିଲେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ଓରାସାହି ପଞ୍ଚାୟତ ବେନ୍ତାଳପୁର ଗାଁରେ।


ସୂଚନା ଅନୁଯାୟୀ ଚାନ୍ଦବାଲି ଥାନା ଅଧୀନସ୍ଥ ବଡ଼ ଓସ୍ତିଆ ପଞ୍ଚାୟତ ବାମ୍ଫିସାହି ଗାଁର ହୃଷୀକେଶ ବେହେରାଙ୍କ ଝିଅ ପୁଷ୍ପଲତା ବେହେରା ଓରାସାହି ପଞ୍ଚାୟତ ବେନ୍ତାଳପୁର ଗାଁର ଚିନ୍ତାମଣି ବାରିକଙ୍କ ପୁଅ ନିର୍ମଳ ବାରିକଙ୍କୁ ଚାନ୍ଦବାଲି ସ୍ଥିତ ପାଞ୍ଚପଡା ରାଧାକୃଷ୍ଣ ମନ୍ଦିରରେ ୨୦୨୨ ମସିହାରେ ପ୍ରେମ ବିବାହ କରିଥିଲେ। ବିବାହର ପ୍ରଥମ ବର୍ଷ ଠିକ୍ ଠାକ୍ ଚାଲିଥିଲା ବେଳେ ବିବାହର ୨ୟ ବର୍ଷ ଠାରୁ ମାନସିକ ଯନ୍ତ୍ରଣା ସହିତ ଯୌତୁକ ନିର୍ଯାତନା ଦିଆ ଯାଇଥିଲା ।

ଏମିତି କି ପିଲା ଜନ୍ମ ନେଇ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ପୁଷ୍ପଲତା ବେହେରାଙ୍କ ଉପରେ ନିର୍ଯାତନା ମଧ୍ୟ କମ୍ ନଥିଲା। ଝିଅର ଦୁଃଖ ସହି ନ ପାରି ବାପ ଘର ଲୋକେ ବିରକ୍ତ ହେବା ପରେ ଶ୍ବଶୁର ଘରଲୋକ ଡାକ୍ତରଖାନାକୁ ବିଳମ୍ବରେ ନେଇ ଥିଲେ। ଚଳିତ ବର୍ଷ ୨୦୨୫ ମସିହା ଗତ ଜୁଲାଇ ୧୧ ତାରିଖରେ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଅପରେସନ କରାଇ ପୁଷ୍ପଲତାଙ୍କର ଏକ ମୃତ ସନ୍ତାନ ଜନ୍ମ ହୋଇଥିଲେ।

Bhadrak | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe