ବ୍ରଜରାଜନଗର : ଓରିଏଣ୍ଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଆମ୍ବଦରହ ଜଙ୍ଗଲରେ ଗୁରୁବାର ଅପରାହ୍ଣ ୨ଟାରେ ଏକ କୋଇଲା ବୋଝେଇ ଟ୍ରକ୍ (ଓଡି ୩୫ ଏଫ୍ ୮୪୪୪)ରେ ନିଆଁ ଲାଗି ଜଳିଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଲଖନପୁର, ଝାରସୁଗୁଡା ଓ ବେଲପାହାଡ଼ ଅଗ୍ନିସମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କୋଇଲା ବୋଝେଇ ଟ୍ରକ୍ଟି କୌଣସି କାରଣରୁ ଜାତୀୟ ରାଜପଥରୁ ୨୫ ମିଟର ଦୂର ରାସ୍ତା ତଳକୁ ଖସି ଯାଇଥିବା ଜଣାଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଗାଡ଼ିରେ ନିଆଁ ଲାଗିବା ପରେ ଡ୍ରାଇଭର ଫେରାର ହୋଇଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us