ବିଇଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ନିଆରା ପ୍ରୟାସ: ୬ ଶହ ଅଜଣାଙ୍କ ଅସ୍ଥି ବିସର୍ଜନ, ଗଙ୍ଗା ଶ୍ରାଦ୍ଧ

Advertisment

ସ୍ବେଚ୍ଛାସେବୀ ସଙ୍ଗଠନ ବିଇଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାକୁ ଆସିଛି। ବିଗତ ଦଶବର୍ଷ ମଧ୍ୟରେ ଅନୁଷ୍ଠାନ ତରଫରୁ ପ୍ରାୟ ୬ଶହ ଅଜଣା ଶବ ସତ୍କାର କରାଯାଇଛି।

ସ୍ବେଚ୍ଛାସେବୀ ସଙ୍ଗଠନ ବିଇଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାକୁ ଆସିଛି। ବିଗତ ଦଶବର୍ଷ ମଧ୍ୟରେ ଅନୁଷ୍ଠାନ ତରଫରୁ ପ୍ରାୟ ୬ଶହ ଅଜଣା ଶବ ସତ୍କାର କରାଯାଇଛି।

00

ବଲାଙ୍ଗୀର: ସ୍ବେଚ୍ଛାସେବୀ ସଙ୍ଗଠନ ବିଇଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାକୁ ଆସିଛି। ବିଗତ ଦଶବର୍ଷ ମଧ୍ୟରେ ଅନୁଷ୍ଠାନ ତରଫରୁ ପ୍ରାୟ ୬ଶହ ଅଜଣା ଶବ ସତ୍କାର କରାଯାଇଛି। ସେହି ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସଂଗଠନ ତରଫରୁ ପ୍ରୟାଗରାଜ କୁମ୍ଭମେଳାରେ ପୂଜାର୍ଚ୍ଚନା ସହ ଅସ୍ଥି ବିସର୍ଜନ କରାଯାଇଥିଲା। ସଂଗଠନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଟା ଲୋଟସ୍‌ ଷଡ଼ଙ୍ଗୀ ସମେତ ଦଶ ଜଣିଆ ଦଳ ପ୍ରୟାଗରାଜ ଯାଇ ଏହି ବିଧି ସଂପନ୍ନ କରିଛନ୍ତି। ବୁଧବାର ପୁଇନ୍ତଳା ବ୍ଲକ୍‌ ମଳମୁଣ୍ଡାସ୍ଥିତ କମାରବସ୍ଥିଠାରେ ଗଙ୍ଗା ଶ୍ରାଦ୍ଧ ଆୟୋଜନ କରାଯାଇଥିଲା।

ଏଥିରେ ପୌରାଧ୍ୟକ୍ଷା ଲିକା ସାହୁ, ଲୋଟସ୍‌ ଷଡ଼ଙ୍ଗୀ, ଜଗନ୍ନାଥ ମିଶ୍ର, ଟିକୁ ପରିଛା, ପୁଣ୍ୟ ତ୍ରିପାଠୀ, ଦେବେନ ପାତ୍ର, ପବିତ୍ର ଖୁଣ୍ଟିଆ, ଲକ୍ଷ୍ମୀ ସ୍ୱାଇଁ, ନିତ୍ୟା ପଧାନ, ବିକାଶ ସା, ଗୋବିନ୍ଦ ଶତପଥୀ, ପ୍ରିୟା ମିଶ୍ର, ଶିବାନୀ ଜାଲ, କୁନାଲ ସରକାର, ବିଶ୍ୱଜିତ ପଟେଲ, ଅରୁଣ ନାଏକ, କନ୍ଦର୍ପ ରଣା, ସୋନୁ ମହାକୁର, ଆଲୋକ ନାଗ, ରୋନିତ ମଲ୍ଲିକ, ରୂପେଶ ମହାକୁର, ବାଲା ନନ୍ଦ, ବବଲୁ ବଗର୍ତ୍ତି, ରୋଶନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ମୁକେଶ ପଧାନ ଓ ସମ୍ପାଦକ ବୁଲୁ ମହାକୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଗକୁ ସମାଜସେବା ଅଭିଯାନ ଆହୁରି ବ୍ୟାପକ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe