ରାଇଘର: ନବରାତ୍ରରେ ଭକ୍ତି ଓ ଆସ୍ଥାର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ସୀମାନ୍ତ ଛତିଶଗଡ଼ରେ। ଜଣେ ମହିଳା ଭକ୍ତ ୯ ଦିନ ଧରି ମନ୍ଦିର ସମ୍ମୁଖରେ କଣ୍ଟାଶଯ୍ୟାରେ ଶୋଇ ବ୍ରତ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତରୁ ୧୦ କିଲୋମିଟର ଦୂର ଖଲାରୀ ଗ୍ରାମରେ ପୂଜା ପାଉଛନ୍ତି ଆଦିଶକ୍ତି ମା’ କାଳୀ ସୁନ୍ଦରୀ।
ନବରାତ୍ର ଅବସରରେ ମନ୍ଦିର ପରିସରରେ ଶିଲା ଯଦୁ (୪୫) ନାମକ ଜଣେ ମହିଳା ଭକ୍ତ ଲୁହାକଣ୍ଟା ଶଯ୍ୟାରେ ଶୋଇ ସାଧନା କରିଥିଲେ। ଉକ୍ତ କାଠ ନିର୍ମିତ ଶଯ୍ୟାରେ ପ୍ରାୟ ୪୩୭୧ଟି ଲୁହା କଣ୍ଟା ଲାଗିଥିବା ବେଳେ ଅଖିଆଅପିଆ ସେ ଶୋଇ ରହିଥିଲେ। ପେଟରେ ଏକ ଦୀପ ଜାଳି ୯ ଦିନ ଉପବାସ ରହିବା ପରେ ସେ ଶଯ୍ୟାରୁ ଉଠିଥିଲେ। ନବରାତ୍ର ସରିବା ପରେ ଶିଲା ୬୩୧ ଲୁହା ଶିକୁଳି ବିଶିଷ୍ଟ ଦୋଳିରେ ଝୁଲି ବ୍ରତ ସମାପନ କରିଥିଲେ। ମହିଳାଙ୍କର ଏଭଳି ଭକ୍ତି ଓ ନିଷ୍ଠାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।
Follow Us