ଆମ୍ବୁଲାନ୍ସରେ ପ୍ରସବ ପରେ ଆଖିବୁଜିଲେ ମହିଳା

ଚିକିତ୍ସାଳୟରେ ପହଞ୍ଚୁ ପହଞ୍ଚୁ ପ୍ରାଣବାୟୁ ଉଡ଼ିଗଲା, କିଛିଦିନ ତଳେ ବିଲହୁଡ଼ାରେ ପ୍ରସବ ପରେ ପ୍ରାଣ ହରାଇଥିଲେ ମହିଳା

କୋଲାବ ନଦୀକୁ ଡେଇଁପଡ଼ିଲେ ମହିଳା ପୋଷ୍ଟମାଷ୍ଟର

Image Courtesy of India.com

ନୟାଗଡ଼ : ମାତ୍ର ୫ ଦିନ ବ୍ୟବଧାନରେ ନୟାଗଡ଼ ଜିଲ୍ଲାରେ ପୁଣି ଏକ ମାତୃମୃତ୍ୟୁ ଘଟଣା ଘଟିଛି। ଆମ୍ବୁଲାନ୍ସରେ ପ୍ରସବ ପରେ ଜଣେ ମହିଳା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର, ଚିକିତ୍ସାଳୟରେ ପହଞ୍ଚୁ ପହଞ୍ଚୁ ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ମୃତ ମହିଳା ହେଲେ, ଓଡ଼ଗାଁର ଆରଡ଼ା ନୂଆସାହିର ବ‌ାବୁଲା ନାଏକଙ୍କ ପତ୍ନୀ ସୁନେଲି ନାଏକ(୨୫)। ସୁନେଲିଙ୍କର ୧୭ ତାରିଖ ସୁଦ୍ଧା ପ୍ରସବ ନେଇ ତାରିଖ ଦିଆଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟରେ ପ୍ରସବ ହୋଇନଥିଲା। ଗତକାଲି ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଶରଣକୁଳ ସିଏଚ୍‌ସିକୁ ଅଣାଯାଉଥିଲା। ହେଲେ, ଶରଣକୁଳ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କର ଆମ୍ବୁଲାନ୍ସରେ ପ୍ରସବ ହେଲା। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ରକ୍ତଦେବାର ବ୍ୟବସ୍ଥ‌ା ନଥିବା ବେଳେ, ନିଶାଦେବା ଡାକ୍ତର ନଥିଲେ। ଏଭଳି ସ୍ଥିତିରେ ପ୍ରସୂତିଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚୁ ପହଞ୍ଚୁ ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସୁ‌ନେଲିଙ୍କର ଏହା ତୃତୀୟ ଗର୍ଭ ବୋଲି ଜଣାପଡ଼ିଛି। ତେବେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିଥିଲେ ମୋ ଝିଅ ବଞ୍ଚିଯାଇଥାନ୍ତା ବୋଲି ମୃତକଙ୍କ ବାପା ପ୍ର ମୋଦ ଦାସ କହିଛନ୍ତି। ମହିଳାଙ୍କୁ ଚିକିତ୍ସା କରିଥିବା ଶରଳକୁଳ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଲାଜୀ ଶଙ୍କର ରାୟଙ୍କ କହିବା ଅନୁଯାୟୀ, ଚିକିତ୍ସାଳୟରେ ପହଞ୍ଚିବା ପରେ ଫୁଲ (ପ୍ଲାସେଣ୍ଟା) ଖସିଲା ନାହିଁ, ରକ୍ତର ଆବଶ୍ୟକତା ମଧ୍ୟ ପଡ଼ିଲା। ଶରଣକୁଳ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତଦେବାର ବ୍ୟବସ୍ଥ‌ା ନଥିବାରୁ ଆମେ ପଠାଇବାକୁ ବାଧ୍ୟ ହୋଇଥିଲୁ।

ତେବେ, ଗୋଷ୍ଠୀ ସ୍ବ‌ାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଯେ ଦୁର୍ବଳ ସ୍ଥିତିରେ ରହିଛି, ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରାଙ୍କୁ ‌ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍‌ ଉଠାଇ ନଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୯ ତାରିଖରେ ଦଶପଲ୍ଲାରେ ଆମ୍ବୁଲାନ୍‌ସ ପହଞ୍ଚିବା ପୂର୍ବରୁ ସାଦଭୂଇଁ ଗ୍ରାମର ରଞ୍ଜିତା ବେହେରା(୨୨) ବିଲହୁଡ଼ାରେ ପ୍ରସବ କରି ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe